୨୦୨୫ରୁ ରାଜ୍ୟର ସମସ୍ତ ସ୍କୁଲରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଉଚ୍ଚଶିକ୍ଷା ବିଭାଗ ପରେ ଏବେ ସ୍କୁଲରେ ଲାଗୁ ହେବ ନୂତନ ଜାତୀୟ ଶିକ୍ଷାନୀତି। କଲେଜ ଓ ବିଶ୍ୱ ବିଦ୍ୟାଳୟ ପରେ ଏବେ ରାଜ୍ୟର ସ୍କୁଲଗୁଡିକରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଚଳିତମାସରେ ୨୦୨୪-୨୦୨୫ ପାଇଁ ଏହାକୁ ଉଚ୍ଚଶିକ୍ଷା ବିଭାଗରେ ଲାଗୁ କରାଯାଇଛି । ଏବେ ସ୍କୁଲ ସ୍ତରରେ ଜାତୀୟ ଶିକ୍ଷାନୀତି କାର୍ୟ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଭାଗ।

ଶୈକ୍ଷିକ ଢାଞ୍ଚାରେ ପରିବର୍ତ୍ତନ, ୧୦ +୨ ବଦଳରେ ୫+୩+୩+୪ କରାଯିବ, ପିଲା ୩ ବର୍ଷରୁ ସ୍କୁଲ ଆସିବେ, ୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ମୂଳଦୁଆ ଉପରେ ଗୁରୁତ୍ୱ,୮ବର୍ଷ ପରେ ୩ ବର୍ଷ ଯାଏଁ ପ୍ରାଥମିକ ଶିକ୍ଷା ଦିଆଯିବ, ଏହାପର ୩ ବର୍ଷ ମାଧ୍ୟମିକ ଶିକ୍ଷାଦିଆଯିବ,ଏହାପରେ ୪ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ଦିଆଯିବ l ନିୟମିତ ଫରମେଟିଭ ଟେଷ୍ଟ କରାଯିବ, ୫ମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ପାଠ ପଢ଼ିବାକୁ ଗୁରୁତ୍ବ ଦିଆଯିବ, ଏହିପ୍ରକାରେ ସ୍କୁଲରେ ଜାତୀୟ ଶିକ୍ଷାନୀତି ଲାଗୁ କରାଯିବ l

LEAVE A REPLY

Please enter your comment!
Please enter your name here