କେବେ ଠାରୁ ଯାଞ୍ଚ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର 

0

ପୁରୀ ( ବିପ୍ଲବୀ ପରିକ୍ରମା ):- ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ। ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସଆଇ ସହ ବୈଠକ ବସିବ। ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟୀତ୍ୱ ନେଇ ହେବ ଆଲୋଚନା । ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ରତ୍ନଭଣ୍ଡାରର ମରାମତି ସହ ଲେଜର ସ୍କାନିଂ କି ଜିପିଆରଏସ ସର୍ଭେ କରାଯିବ ସେନେଇ ବୈଠକରେ ଆଲୋଚନା ପରେ ଏଏସଆଇ ଉଚ୍ଚସ୍ତରୀୟ ବୈଷୟିକ କମିଟି ଯାଞ୍ଚ ନେଇ ହେବ ନିଷ୍ପତ୍ତି। ବିଶେଷକରି କେବେ ଠାରୁ ଯାଞ୍ଚ ଆରମ୍ଭ ହେବ ଓ ପରବର୍ତ୍ତୀ ସମୟରେ କେବେଠୁ ମରାମତି କାର୍ଯ୍ୟ କରାଯିବ ତାହା ନିଷ୍ପତ୍ତି ହେବାର ସମ୍ଭାବନା ରହିଛି। ଅନ୍ୟପଟେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଦୁଃସ୍ଥିତି ଓ ନକଲି ଚାବିର ମିଛ କାହାଣୀକୁ ନେଇ ରତ୍ନଭଣ୍ଡାର ତଦାରଖ କମିଟି ମୁଖ୍ୟ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଚମକାଇଲା ଭଳି ତଥ୍ୟ ସୃଷ୍ଟି କରିଚି ହଇଚଇ । ଡୁପ୍ଲିକେଟ୍ ଚାବି କିଏ ପାଇଥିଲା ? କେଉଁ ଉଦ୍ଦେଶ୍ୟରେ କିଏ ବନେଇଥିଲା ? ତା’ର ଖୋଳତାଡ଼ ପାଇଁ ତତ୍କାଳୀନ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଉଠିଲାଣି ଦାବି । ତେଣେ ଚାବି ହଜିବା ଘଟଣାରେ କେମିତି ବିଜେଡି ସରକାର ଲୋକ ଦେଖାଣିଆ ତଦନ୍ତ କୁହେଳିକା ସୃଷ୍ଟି କରିଛନ୍ତି ତା’ର ବି ଖୋଲିଛି ପୋଲ୍ ।

LEAVE A REPLY

Please enter your comment!
Please enter your name here