ଋଣ କରି ହତାଶ, ନିରାଶ ଭାଗ ଚାଷୀ : ଚାଷ ଛାଡି ଦାଦନ ଯିବାକୁ ନିଷ୍ପତି

0

ଆସିକା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଅଦିନିଆ ବର୍ଷାରେ ଚାଷୀ ହନ୍ତସନ୍ତ l ଜଳବାୟୁ ର ପରିବର୍ତନ ଯୋଗୁଁ କେତେବେଳେ ଧାନ କେଣ୍ଡା ଧରିଲା ବେଳକୁ ତ କେତେବେଳେ ଅମଳ ବେଳକୁ ଚାଷୀ ର ମୁଣ୍ଡ ଉପରେ ଲଳିତା ବୋଝ l ଅଦିନିଆ ବର୍ଷା ଏବଂ ପାଣିପାଗ ର ଆହୁରି ୨୪ ଘଣ୍ଟିଆ ସତର୍କ ସୂଚନା ଚାଷୀ ପରିବାରକୁ ଖାଇବା ପିତା କରିଦେଇଛି l ଆସିକା କୃଷି ଜିଲ୍ଲା ର ଅନ୍ତର୍ଗତ ଆସିକା ବ୍ଲକ ର ୨୭ ପଂଚାୟତ ରୁ ଶହ ଶହ ଚାଷ ଜମି ଜଳ ମଗ୍ନ ହୋଇ ରହିଛି l ଚାଷୀ ହେଉ ବା ଭାଗ ଚାଷୀ ମାନେ ଧାର କରଜ କରି ଚାଷ କରିଥିଲେ l ହେଲେ ଏଭଳି ଧାନ ଚାଷ ନଷ୍ଟ ଋଣ ରୁ ମୁକ୍ତ ପାଇଁ ଚିନ୍ତା କରି ବସିଛନ୍ତି l ଆସିକା ବ୍ଲକ କେନ୍ଦୁପଦର, ମୁନିଗାଡ଼ି,ବାଙ୍ଗରଡ଼ା, ଗହଂଗୁ, ଫାପଲପୁର, ଚନ୍ଦନପେଡ଼ି, ଚାଟୁଳା, ଗାଙ୍ଗପୁର, ସାହସପୁର ଆଦି ଅନେକ ଗ୍ରାମର ଚାଷ ଜମି ରେ ଧାନ କଳେଇ ପଡି ଥିବା ବେଳେ ଚାଷୀ ଅମଳ କୁ ଅପେକ୍ଷା କରିଥିଲେ l

ପଂଚାୟତ ରେ ଥିବା ସେବା ସମବାୟ ଅନୁଷ୍ଠାନ ହେଉ କି ସ୍ୱୟଂ ସହାୟକ ଗୋଷ୍ଟି ରୁ ହେଉ ନତୁବା ଚାଷ ଜମିର ମାଲିକ କୁ ଋଣ ଦେବା ପାଇଁ ସପ୍ନ ଦେଖିଥିବା ବେଳେ ସବୁ ଆଶା ଧୂଳିସାତ ହୋଇଗଲା l ଚାଷୀ ଏକ ମାତ୍ର ଫସଲ ରୂପେ ଧାନ ଚାଷ କରି ପରିବାର ପ୍ରତି ପୋଷଣ, ପିଲା ମାନଙ୍କ ପାଠ ପଢା, ଘର ର ସ୍ୱାସ୍ଥ୍ୟ ପାଇଁ ଔଷଧ ଖର୍ଚ୍ଚ, ସହ ଶୁଦ୍ଧିକ୍ରିୟା, ମାଙ୍ଗଳିକ କାର୍ଯ୍ୟ ପାଇଁ ଏହି ଧାନ ଚାଷ ଉପରେ ନିର୍ଭର କରି ଚଳିଥାଏ l କେଉଁ ବର୍ଷ ମରୁଢ଼ି, କେଉଁ ବର୍ଷ ଲଘୁଚାପ ବର୍ଷା, କେଉଁ ବର୍ଷ ବନ୍ୟା ତ କେଉଁ ବର୍ଷ ବାତ୍ୟା ହୋଇ ଚାଷୀର ମେରୁଦଣ୍ଡ ସଳଖିବାକୁ ଆଉ ସମର୍ଥ ହୋଇ ପାରୁନାହିଁ l

ଚାଷୀ ମାନଙ୍କ ପିଲା ଛୁଆ ଆଉ ଚାଷ କାମ ପାଇଁ ମନ ବଳାଇବା ବନ୍ଦ କରି ଦାଦାନ ହୋଇ ବାହାରକୁ ମୁଲ ଲାଗିବାକୁ ପଳାଇବାକୁ ମନ ବଳାଇଲେଣି l ଏଣୁ ସରକାର ପକ୍ଷରୁ କ୍ଷତି ହୋଇ ଥିବା ଶହ ଶହ ଏକର ଚାଷ ଜମି ର କ୍ଷତି ପୂରଣ ହେଉ ବା ଋଣ ଛାଡ଼ ପାଇଁ ଅନେକ ଚାଷୀ ଦାବୀ କରିଛନ୍ତି l

 

LEAVE A REPLY

Please enter your comment!
Please enter your name here