ଗଜପତି ( ବିପ୍ଲବୀ ପରିକ୍ରମା ):- ଆନ୍ଦୋଳନ ର ଚେତାବନୀ ଦେଲା ଗଜପତି ଜିଲ୍ଲା ଆଦିବାସୀ ମହାସଂଘ । ମୃତ ଜେଏନଭି ଛାତ୍ରୀ ସୌଦାମିନି ରଇତଙ୍କ ମାଁ ସୁଜ୍ଞାନି ଗମାଙ୍ଗଙ୍କ ଗିରଫର ପ୍ରତିବାଦରେ ସାମ୍ବାଦୀକ ସମ୍ମୀଳନି କରି ଆନ୍ଦୋଳନ ର ଚେତାବନୀ ଦେଇଛି ମହାସଂଘ । ନିରିହ ଆଦିବାସୀ ଛାତ୍ରୀ ମୃତ୍ୟୁ ମାମଲାରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ଅଭିଯୁକ୍ତଙ୍କୁ ଗିରଫ କରିବା ବଦଳରେ ସମ୍ପୃକ୍ତ ଷ୍ଟାପ ମାନଙ୍କୁ ବଦଳି କରାଯିବା ସହ ଘଟଣାକୁ ଚାପି ଦିଆ ଯାଇଛି ।
କ୍ରାଇମବ୍ରାଞ୍ଚ ତଦନ୍ତ ହାତକୁ ନେବା ପରେ ତତ୍ବରତା ଦେଖାଇନି ଟିମ୍ ,ପୋଷ୍ଟମାଟମ୍ ରିପୋର୍ଟରେ ପୋଲିସ ଓ ପୋଷ୍ଟମାଟମ ରିପୋର୍ଟର ତାଳମେଳ ନାହିଁ । ଏସିଏଷ୍ଟି ଧାରା ଲାଗିବା ପରେ ମଧ୍ୟ କାହିଁକି ସୁଜ୍ଞାନି ଦେଇଥିବା ଅଭିଯୋଗ ଅନୁସାରେ ଅଭିଯୁକ୍ତ ଡାକ୍ତରଙ୍କୁ ପୋଲିସ ଗିରଫ କରିନାହିଁ ବୋଲି ପ୍ରଶ୍ନ କରି ମହାସଂଘ , ସୁଜ୍ଞାନିଙ୍କ ଗିରଫ ପ୍ରତିବାଦରେ ୩୦ ହଜାର ଲୋକଙ୍କୁ ନେଇ ଆଦିବାସୀ ମହାସଂଘ ଘେରାଉ , ଆନ୍ଦୋଳନ, ବନ୍ଦ ଡାକରା ଦେବ ଯେଉଁ ଅପ୍ରିତିକର ପରିସ୍ଥିତି ସୃଷ୍ଟୀ ହେବ ସେଥିପାଇଁ ପ୍ରଶାସନ ହିଁ ଦାୟୀ ରହିବ ବୋଲି କହିଛି ମହାସଂଘ ।