ମାନବିକତା ଦେଖାଇଲେ ଗଜପତି ଜିଲ୍ଲାପାଳ

0

ପାରଳାଖେମୁଣ୍ଡି  ( ବିପ୍ଲବୀ ପରିକ୍ରମା ଡିଜିଟାଲ ):: ମାନବିକତା ଦେଖାଇଲେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ । ଦୁର୍ଘଟଣାଗ୍ରସ୍ତ ଜଣେ ବାଇକ୍ ଆରୋହୀଙ୍କୁ ନିଜ ଗାଡିରେ ନେଇ ହସ୍ପିଟାଲରେ ଭର୍ତ୍ତି କରିବା ସହ ତାଙ୍କ ଚିକିତ୍ସା କରାଇଲେ ଜିଲ୍ଲାପାଳ ।‌ ଗୁରୁବାର ସକାଳୁ ଜିଲ୍ଲାପାଳ‌ ବିଜୟ କୁମାର ଦାଶ କୈାଣସି କାମରେ ଯାଉଥିବା ବେଳେ ଘରୁ ବାହାରୁ ବାହାରୁ ତାଙ୍କ କାର୍ଯ୍ୟାଳୟ ସମ୍ମୁଖ ଛକରେ ଜଣେ ବାଇକ ଆରୋହୀ ଦୁର୍ଘଟଣାର ଶିକାର ହୋଇ ଆହାତ ହୋଇଥିବା ଦେଖିବାକୁ ପାଇଥିଲେ। ସେ ତୁରନ୍ତ ସେଠାରୁ ଡ଼୍ରାଇଭର ଓ ସୁରକ୍ଷା କର୍ମୀଙ୍କ ସହାୟତାରେ ଆହତ ବ୍ୟକ୍ତିଙ୍କୁ ନିଜ ଗାଡିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ତୁରନ୍ତ ଆହତଙ୍କ ଚିକିତ୍ସା କରାଇଥିଲେ। ଦୁର୍ଘଟଣାରେ ଆହତ ବ୍ୟକ୍ତି ଘରୋଇ ବ୍ୟାଙ୍କର କର୍ମଚାରୀ ହୋଇଥିବାବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି | ଏହି ଘଟଣା ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ମାନବିକତାର ପରିଚୟ ଦେଉଥିବାବେଳେ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ସଦୃଶ | ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନିଜ ଗାଡିରେ ହସ୍ପିଟାଲକୁ ନେଇ ଚିକିତ୍ସା କରାଇବା ଏବଂ ତାଙ୍କ ସ୍ବାସ୍ଥ୍ୟ ସ୍ଥିର କରିବା ପାଇଁ ତୁରନ୍ତ କାର୍ଯ୍ୟକ୍ରମ ଗ୍ରହଣ କରିବା ତାଙ୍କର ଦୟା ଏବଂ ଦୃଢତାକୁ ପ୍ରକାଶ କରେ।

LEAVE A REPLY

Please enter your comment!
Please enter your name here