ଗଜପତି ( ବିପ୍ଲବୀ ପରିକ୍ରମା ):- କଲିକତାରେ ଡାକ୍ତରଙ୍କ ସହ ହୋଇଥିବା ଅମାନୁଷିକ ଆଚରଣ ଓ ପରେ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦୃଢ଼ ବିରୋଧ କରିଛିନ୍ତି ଗଜପତି ଜିଲ୍ଲାର ସମସ୍ତ ଡାକ୍ତର । ଆଇଏମଏ ନିର୍ଦେଶ କ୍ରମେ ଆଜି ସାରା ଭାରତରେ ସମସ୍ତ ଡାକ୍ତର ଶାନ୍ତିପୂର୍ଣ୍ଣ ଭାବେ ନିଜର ପ୍ରତିବାଦ ଜଣାଇଛନ୍ତି ଯାହାକୁ ଗଜପତି ଡାକ୍ତର ସଙ୍ଘ ସମର୍ଥନ ଜଣାଇଛି । ଆଜି ଜିଲ୍ଲାର ସମସ୍ତ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ନାରେ ସମସ୍ତ ଡାକ୍ତର,ନର୍ସ,ସ୍ବାସ୍ଥ୍ୟକର୍ମୀ, ଘଟଣାକୁ ଦୃଢ଼ ପ୍ରତିବାଦ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏବଂ ଦିନକୁଦିନ ଡାକ୍ତର ,ନର୍ସ, ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ହେଉଥିବା ଆକ୍ରମଣ କୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ କେନ୍ଦ୍ର ସରକାର ପ୍ରତି ହସ୍ପିଟାଲରେ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସୁରକ୍ଷା କର୍ମୀ ନିୟୋଜିତ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି l