ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଚଳିତ ବର୍ଷ ଜିଲ୍ଲାରେ ମିଲରଙ୍କ ମନମାନି ସାଙ୍ଗକୁ ଅସହଯୋଗ କାରଣରୁ ଧାନ କିଣାରେ ବିଭ୍ରାଟ ଦେଖାଦେଲା, ପ୍ରଥମେ ମଣ୍ଡି ଖୋଲିବାରେ ବିଳମ୍ବ , ତାପରେ ଆବଶ୍ୟକ ଟାର୍ଗେଟର ଅଭାବ ଏସବୁ ଭିତରେ ସରକାରଙ୍କ ନିଷ୍ପତ୍ତିକୁ ଖାତିରି ନକରି ମିଲରଙ୍କ କଟନି ଛଟନି ସାଙ୍ଗକୁ ମନମାନି ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ବାରମ୍ବାର ଚାଷୀଙ୍କ ଆନ୍ଦୋଳନ ଆଉ ରାସ୍ତାରୋକ ଫଳରେ ପ୍ରଶାସନକୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏସବୁର ମୁଳ କାରଣ ହେଉଛି ମିଲରଙ୍କ ଅସହଯୋଗ। ନୁତନ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଧାନ କିଣାରେ ଈନପୁଟ ସବ୍ସିଡି, ଅଖା ପ୍ରଦାନ ଏବଂ ଚାଷୀଙ୍କ ଧାନ ଓଜନରେ କାଟ ଛାଟ ନକରିବାକୁ ନିଷ୍ପତ୍ତି ପରେ ଚାଷୀଙ୍କ ଧାନ କିଣିବାକୁ ଅସହଯୋଗ କରିଥିଲେ ଗଜପତି ମିଲର । ପ୍ରଥମେ ଦୁଇ ତିନୋଟି ମିଲରଙ୍କୁ ଛାଡ଼ିଦେଲେ ଅନ୍ୟକୌଣସି ମିଲର ବ୍ଯାଙ୍କ ଗ୍ୟାରେଣ୍ଟି ଡିପୋଜିଟ୍ ଦେଇନଥିଲେ ପରେ ପ୍ରଶାସନର ଚାପରେ ନାମକୁ ମାତ୍ର ଅଳ୍ପ ଧାନ କିଣି ଚୁପ୍ ରହିଗଲେ କିଛି ମିଲର ସହଯୋଗ କରି ଡିପୋଜିଟ୍ ଦେବା ପରେ ଧାନ କିଣା ଆରମ୍ଭ ହୋଇଥିଲା କିନ୍ତୁ ଟାର୍ଗେଟ ଅନୁସାରେ ଆବଶ୍ୟକ ପରିମାଣର ଧାନ କିଣା ହୋଇପାରିନଥିଲା । ପୁର୍ବରୁ ସଂଗୃହିତ ଚାଉଳ ଗଛିତ ଥିବାରୁ ଜାଗାର ଅଭାବ ଦର୍ଶାଇ ଧାନ କିଣିବାକୁ ମନା କରିଥିଲେ ଆଉ କିଛି ମିଲର । ଫଳରେ ଚାଷୀଙ୍କ ସମସ୍ୟା ସାଙ୍ଗକୁ ଅସନ୍ତୋଷ ବୃଦ୍ଧି ପାଇଥିଲା । ଜିଲ୍ଲାରେ ମୋଟ ୪୫ ମିଲରଙ୍କ ମଧ୍ୟରୁ ୪୨ ମିଲର ଧାନ କିଣିଥିଲେ ମଧ୍ୟ ଟାର୍ଗେଟ ପୁରଣ କ୍ଷେତ୍ରରେ ପ୍ରଶାସନକୁ ବିଫଳ ହେବାକୁ ପଡ଼ିଥିଲା। ୫ରୁ ଅଧିକ ବଡବଡ ମିଲର ପ୍ରଶାସନର ତାଗିଦ୍ ସ୍ବତେ ଏବେ ଯାଏଁ ଧାନ କିଣାରେ ସହଯୋଗ କରିନାହାନ୍ତି ।
ଶେଷରେ ବାଧ୍ୟ ହୋଇ ଜିଲ୍ଲାପାଳ ବିଜୟ କୁମାର ଦାସ ପଡୋଶୀ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳଙ୍କ ସହଯୋଗରେ ଗଞ୍ଜାମ ମିଲରଙ୍କ ସହ ଆଲୋଚନା କରିଥିଲେ । ଗଞ୍ଜାମର ୧୧ ଜଣ ମିଲର ଏହି ପ୍ରକିୟାରେ ସାମିଲ ହୋଇଥିବା ବେଳେ ବର୍ତମାନ ୮ ମିଲର ସହଯୋଗର ହାତ ବଢାଇ ପାଖାପାଖି ଏକଲକ୍ଷ କୁଈଣ୍ଟାଲ ଧାନ କିଣି ସାରିଲେଣି। ତଳିତ ବର୍ଷ ମୋଟ ୧୫୪୯୧ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ୭ଲକ୍ଷ ୨୫ ହଜାର କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ରଖିଥିଲା ବିଭାଗ, ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୩୯ ହଜାର ଟାର୍ଗେଟ ଆସି ସାରିଛି ତନ୍ମଧ୍ୟରୁ ୫ଲକ୍ଷ ୮୯ ହଜାର କୁଇଣ୍ଟାଲ ଧାନ କିଣା ସରିଛି ଯାହା ମୋଟ ଧାର୍ଯ୍ୟ ପରିମାଣର ୮୦ ପ୍ରତିଶତ । ବଳକା ରହିଥିବା ଧାନର ଟୋକେନ ଦିଆସରିଛି ଶେଷ ପର୍ଯ୍ୟାୟ ଟାର୍ଗେଟ ଆସିଲା ପରେ କେବଳ ଟାର୍ଗେଟ ଅଛି ନା ଧାନ ଗଛିତ ଅଛି ତାର ତନଖି କରିବା ପରେ , ସମ୍ପୃର୍ଣ୍ଣ ଧାନ କିଣା ପ୍ରକିୟା ଦୁଇଦିନ ମଧ୍ୟରେ ସମାପ୍ତ ହେବ। କିନ୍ତୁ ଯେଉଁ ମିଲର ମାନେ ଅସହଯୋଗ କରିଛନ୍ତି ସେମାନଙ୍କୁ ନୋଟିସ ଦିଆଯାଇଛି , କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା କହିଛନ୍ତି। ସବୁଠୁ ବଡ କଥା ହେଉଛି ଗଜପତି ମିଲରମାନେ ସିନା ଅସହଯୋଗ କଲେ କିନ୍ତୁ ତାର ବଡ ଭାଇ ପଣିଆ ରଖି ଗଞ୍ଜାମ ମିଲର ଗଜପତି ଚାଷୀଙ୍କ ଧାନ କିଣାରେ ପ୍ରଶାସନକୁ ସହଯୋଗର ହାତ ବଢାଈଲେ । ଆଉ ସେଥିପାଇଁ ଆବଶ୍ୟକ ପରିବହନ ଓ ଅନାନ୍ୟ ଖର୍ଚ୍ଚ ସରକାର ବହନ କରୁଛନ୍ତି।