ଜୁଆ ଆଡ୍ଡା ଚଢାଉ, ୨୩ ଯୁଆଡି ଗିରଫ 

0

ମୋହନଲାଲ ଦୀପ,ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନୂଆପଡ଼ା ଜିଲ୍ଲା କୋମନା ଥାନା ଅଞ୍ଚଳ ରେ ପୁଣି ଜୁଆ ଆଡ୍ଡା ଉପରେ ଚଢାଉ । ୨୩ ଜଣ ଯୁଆଡ଼ି ଙ୍କ ସହ ବ୍ୟାପକ ଟଙ୍କା ଦୁଇ ଚକିଆ ଗାଡ଼ି, ଚାରି ଚକିଆ ଗାଡ଼ି ସହ ମୋବାଇଲ ଗୁଡ଼ିକୁ ଜବତ କରିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ବିଶେଷ ସୂତ୍ର ରୁ ଖବର ପାଇ କୋମନା ପୋଲିସ ଜେଠୁପାଲି ଗ୍ରାମରେ ଏକ ଜୁଆଆଡ୍ଡା ରେ ଚଢାଉ କରିଥିଲା । ସେଠାରୁ ନଗଦ ୪୮,୨୨୫/- ଟଙ୍କା ୧୬ ଗୋଟି ମୋବାଇଲ୍, ଦୁଇ ଗୋଟି ଚାରି ଚକିଆ ଗାଡ଼ି ସହ ୧୨ ଗୋଟି ବାଇକ,୨୩ ଜଣ ଯୁଆଡି କୁ ଗିରଫ କରି କୋମନା ଥାନା ରେ ଏକ ମାମଲା ରୁଜୁ କରିଥିଲ।

ଗିରଫ ଯୁଆଡି ମାନଙ୍କ ମଧ୍ୟରୁ ଛଅ ଜଣ ଙ୍କ ନାଁ ରେ ଆଗରୁ ବିଭିନ୍ନ ମାମଲା ଥିବାରୁ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟମାନଙ୍କୁ ନୋଟିସ କରି ଛାଡ଼ି ଦେଇ ଅଧିକ ତଦନ୍ତ ଜାରି ରଖିଥିବା ନୂଆପଡ଼ା ଏସ ପି ଜିଆର ରାଘବେନ୍ଦ୍ର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here