କଂଗ୍ରେସ ଛାଡିଲେ ଗଣେଶ୍ୱର ବେହେରା 

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ନିର୍ବାଚନ ଯେତିକି ପାଖଉଛି ରାଜ୍ୟ ରାଜନୀତି ସେତେ ସରଗରମ ହେଉଛି । ରାଜ୍ୟରେ ଦଳଡିଆଁ ରାଜନୀତି ଚାଲିଛି । ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ସାମିଲ ହେଉଛନ୍ତି ନେତା । କିଏ ଟିକେଟ୍ ଆଶାରେ ଅନ୍ୟ ଦଳରେ ସାମିଲ ହେଉଛି ତ ଆଉ କିଏ ଦଳରେ ଅଲୋଡା ହୋଇ ଦଳ ଛାଡୁଛି । ଆଉ ଏହାରି ଭିତରେ ଆଉ ଜଣେ ବରିଷ୍ଠ ନେତା କଂଗ୍ରେସ ଦଳ ଛାଡିବା ଘଟଣା ସାମ୍ନାକୁ ଆସିଛି ।କଂଗ୍ରେସ ଛାଡିଛନ୍ତି ବରିଷ୍ଠ ନେତା ଗଣେଶ୍ୱର ବେହେରା । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ପିସିସି ସଭାପତିଙ୍କୁ ଏନେଇ ଇସ୍ତଫାପତ୍ର ପଠାଇଛନ୍ତି ।

ତେବେ ଗଣେଶ୍ୱର ବେହେରା ଦଳ ଛାଡିବା ପରେ ତାଙ୍କର ଆଗାମୀ ପଦକ୍ଷେପ କଣ ରହିବ ତା’ଉପରେ ନଜର> ଗଣେଶ୍ୱର ବେହେରା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ କଂଗ୍ରେସ ଟିକେଟରେ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୫ରୁ ୧୯୯୦ ଓ ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ସେ ବିଧାନସଭାର ସଦସ୍ୟ ରହିଥିଲେ।୨୦୦୦ ଓ ୨୦୦୪ରେ ସେ ପଟ୍ଟାମୁଣ୍ଡାଇରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ୨୦୦୯, ୨୦୧୪ ଓ ୨୦୧୯ରେ ଗଣେଶ୍ୱର ବେହେରା କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀଙ୍କଠାରୁ ପରାସ୍ତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here