ଦୁଇ ନାବାଳିକା ଭଉଣୀଙ୍କୁ ଗଣଦୁଷ୍କର୍ମ ମାମଲା, ପୁଲିସ କବଜାରେ ୪ ଅଭିଯୁକ୍ତ

0

ଗୋଳନ୍ଥରା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ନାବାଳିକା ସମ୍ପର୍କୀୟ ଭଉଣୀକୁ ୪ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା । ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଓ ଗଠିତ ହୋଇଥିବା ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ସମସ୍ତ ଅଭିଯୁକ୍ତଙ୍କୁ ବିଳମ୍ବିତ ରାତିରେ ଭିଶାଖାପାଟନମ୍ ରୁ ଗିରଫ କରିବାରେ ସଫଳ ହୋଇଥିବା ଜଣାପଡିଛି ।

ସୂଚନାନୁଯାୟୀ, ନାବାଳିକାଦ୍ବୟ ବୁଧବାର ରାତିରେ ଏକ ବରଯାତ୍ରୀ ଶୋଭାଯାତ୍ରାରେ ଯାଇଥିବା ବେଳେ ୪ଜଣ ଯୁବକ ବିଳମ୍ବିତ ରାତିରେ ସେଠାରେ ସେମାନଙ୍କୁ ଗଣଦୁଷ୍କର୍ମ କରିଥିଲେ। ସେମାନେ ନାବାଳିକାଦ୍ଵୟଙ୍କୁ ଟେକିନେଇ ଗଣଦୁଷ୍କର୍ମ କରିବା ପରେ ସେଠାରେ ଛାଡ଼ି ଫେରାର୍ ହୋଇଯାଇଥିଲେ। ନାବାଳିକାଦ୍ବୟଙ୍କ ବୟସ ୧୫ରୁ ୧୬ବର୍ଷ ବୋଲି ଜଣାପଡ଼ିଛି l ବିଳମ୍ବିତ ରାତିରେ ସେମାନଙ୍କ ପରିବାରଲୋକ ଥାନାରେ ଏ ସଂପର୍କରେ ଅଭିଯୋଗ କରିଥିଲେ l ଯାହାକୁ ନେଇ ଆଜି ୪ ଜଣ ଅଭିଯୁକ୍ତଙ୍କୁ ଗୋଳନ୍ଥରା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l

LEAVE A REPLY

Please enter your comment!
Please enter your name here