ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):- ତିତିଲି ମହାବାତ୍ୟାର ଭୟ ବର୍ତ୍ତମାନ ପର୍ଯ୍ୟନ୍ତ ଗଙ୍ଗାବାଡ ପଞ୍ଚାୟତ ବାସିଙ୍କ ମନରୁ ବାହାନଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ କୌଣସି ସଠିକ ଠିକଣା ହୋଇପାରିନାହିଁ । କେତେବେଳେ ନୁଆ ବାରଘର ତ କେତେବେଳେ ପୁରୁଣା ବାରଘର ବୁଲୁଛନ୍ତି । ଏପରି ସମୟରେ ପ୍ରତ୍ୟେକ ବର୍ଷ କାଳ ସାଧୁଛି କାଳବୈଶାଖି । ଯାହା ସ୍ଥାନିୟ ପଞ୍ଚାୟତ ବାସିଙ୍କ ଉପରେ ବୋଝ ଉପରେ ଲଳିତା ବିଡା ସଦୃଷ । ବର୍ତ୍ତମାନ ଦୁଇଦିନ ହେବ ଲଗାତାର ବର୍ଷା ଫଳରେ ପୁଣି ଓଡିଶା ରାସ୍ତା ଠାରୁ ପୃଥକ ହୋଇଛି ଗଙ୍ଗାବାଡ ପଞ୍ଚାୟତ । ପଞ୍ଚାୟତର ବଡଦେଉଳା ଠାରୁ ସାନ ଦେଉଳା ରାସ୍ତାରେ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି ।
ପି.ଏମ.ଜି.ଏସ.ୟାଇ ଯୋଜନାରେ ନିର୍ମାଣଧିନ ରାସ୍ତା କାର୍ଯ୍ୟ ଚାଲୁ ରହୁଥିବା ସମୟରେ ଏହି ଅଘଟଣା ଘଟିଥିବା ସୁଚନା ମିଳିଥିବା ବେଳେ ଏଥିରେ କୋଡିଏରୁ ଏଧିକ ଗ୍ରାମ ପ୍ରଭାଭିତ ହୋଇଛି । ଯାହା ଫଳରେ ଗଙ୍ଗାବାଡ ପଞ୍ଚାୟତ ଓଡିଶା ରାସ୍ତା ଦେଇ ଯାତାୟତ ଠପ ହୋଇଯାଇଛି । ଏହା ଏକ ମାତ୍ରା ରାସ୍ତା ଯାହା ଓଡିଶାକୁ ସଂଯୋଗ କରଛି ତେବେ ଏହି ରାସ୍ତା ଦେଇ ଓଡିଶା ସରକାରଙ୍କ ଅଧିକାରି, ଆମ୍ବୁଲେନ୍ସ ଇତ୍ୟାଦି ଯାତାୟତ କରେ । ଏହି ରାସ୍ତା ଉପରେ ପଡି ରହିଥିବା ମଟି ଅତଡାକୁ ପ୍ରଶାସନ ଅତିଶିଘ୍ର ହଟାଇବା ପାଇଁ ସ୍ଥାନିୟ ବାସିନ୍ଦା ଦାବି କରିଛନ୍ତି ।