ଗଜପତିରୁ ମୁମ୍ବାଇ ହେଉଥିଲା ଗଞ୍ଜାଇ ଚାଲାଣ

0

ଗଜପତି( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ଅଡବାରୁ ମୁମ୍ବାଇ ହେଉଥିଲା ଗଞ୍ଜେଇ ଚାଲାଣ। କୌଣସି ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଅବକାରୀ ଟିମ ୩ଦିନ ଖୋଜିବା ପରେ ଆଜି କାଶୀନଗର ଠାରୁ ପାରଳାଖେମୁଣ୍ଡି ଆସୁଥିବା ମାଡ଼ି ବସିଲା ପାରଳାଖେମୁଣ୍ଡି ଅବକାରୀ ଟିମ। ୮ ଟି ବଡ଼ ବଡ଼ ପେଟିରୁ ୩୮୪ କିଲୋ ଗଞେଇ ଜବତ କରିବା ସହ ପିକ ଅପ ଭ୍ୟାନ ସହ ଗାଡ଼ି ଚାଳକକୁ ଗିରଫ କରିଛି ଅବକାରୀ ପୋଲିସ। ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୪କୋଟି ବୋଲି ଆକଳନ କରାଯାଉଛି ।କିନ୍ତୁ ଖସି ପଳାଇବାରେ ସଫଳ ହୋଇଛନ୍ତି ଏହାର ୨ ମାଷ୍ଟର ମାଇଣ୍ଡ । ଗିରଫ ଜଣକ ଅଡବା ଥାନା ଅନ୍ତର୍ଗତ ଗୁରୁଝଲା ଗ୍ରାମର ୩୯ ବର୍ଷୀୟ କୁରା ଦଣ୍ଡସେନା। ସୂଚନା ପ୍ରକାରେ ଅତି ଚତୁରତାର ସହ ଗଞ୍ଜେଇକୁ ପେକିଂ କରି ପାର୍ସଲର ରୂପ ଦିଆଯାଇଛି। ଅଡବାରୁ ଗୁଣୁପୁର ଦେଇ କାଶୀନଗର ଅଣାଯାଇ ସେଠାରୁ ଟ୍ରେନ ଯୋଗେ ପଲାସା ଷ୍ଟେସନ ଓ ସେଠାରୁ ମୁମ୍ବାଇ ଚାଲାଣ ହେଉଥିଲା। ଏଥିରେ ଏକ ସିଣ୍ଡିକେଟ ଭାବେ ସମସ୍ତ କାର୍ଯ୍ୟ କରାଯାଉଥିବା ସୂଚନା ଦେଇଛନ୍ତି ଅବକାରୀ ଅଧିକ୍ଷକ । ରାକେଟର ମୂଖ୍ୟ ଖଳନାୟକଙ୍କ ଲମ୍ବା ଚେନ ରହିଛି। ଅବକାରୀ ବିଭାଗ ଏହି କାରବାରର ମୂଳକୁ ପହଞ୍ଚାଇବାକୁ ଗୁରୁତ୍ଵ ଦେଉଥିବା ବେଳେ କେଉଁଠି ନା କେଉଁଠି ଅବକାରୀ ପୋଲିସର ଗତିବିଧିର ସୂଚନା ପାଇ ଫେରାର ହେବାରେ ସକ୍ଷମ ହୋଇଛନ୍ତି ଗଞେଇ ମାଫିଆ। ଅନେକ ସମୟରେ ଗଞେଇ ଜବତ ହେବାପରେ ଗାଡ଼ି ଚାଳକକୁ ଗିରଫ କରିବା ଖବର ସାମ୍ନାକୁ ଆସୁଛି, କିନ୍ତୁ ଏହି କାରବାର ଚଳାଇଥିବା ମୂଖ୍ୟ ଚାଲାଣ କାରୀ ଗିରଫ ହେଉ ନଥିବାରୁ ଗଞ୍ଜେଇ ଚାଲାଣରେ ରୋକ ଲାଗୁନାହିଁ।

 

LEAVE A REPLY

Please enter your comment!
Please enter your name here