ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ରୁବୁଡୁ ଗାଁ ନିକଟରୁ ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ l ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି ଗଜପତି ଏସପି ଯତୀନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି l ତେବେ ଚଢ଼ାଉ ପୂର୍ବରୁ ମାଫିଆ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି l ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ମଙ୍ଗଳବାର ଅପରାହ୍ନ ସମୟରେ ରୁବୁଡ଼ା ଗାଁ ନିକଟସ୍ଥ ଗୋଟିଏ ସ୍ଥାନରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ପାଇଁ ରଖାଯାଇଥିବା ନେଇ ପୋଲିସ ଖବର ପାଇଥିଲା l ରା.ଉଦୟଗିରି ଭାରପ୍ରାପ୍ତ ଏସଡିପିଓ ଅମିତାଭ ପଣ୍ଡାଙ୍କ ତତ୍ୱାବଧାନରେ ଓ ଥାନା ଅଧିକାରୀ ଅଶ୍ୱିନୀ ଭିତିରିଆ ଙ୍କ ନେତୃତ୍ୱରେ ପୁଲିସ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିଛି l ଗଞ୍ଜେଇ କୁ ମାଫିଆ ମାନେ ଅତି ଚତୁରତାର ସହ ବଡ଼ ବଡ଼ ପ୍ଲାଷ୍ଟିକ ଯାର ରେ ଭର୍ତି କରି ରଖିଥିଲେ l ଏହି ପ୍ଲାଷ୍ଟିକ ଯାର ରେ ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ପ୍ରସ୍ତୁତ କରୁଥିଲେ ମାଫିଆ l ହେଲେ ପୋଲିସ ଚଢ଼ାଉ ପୂର୍ବରୁ ମାଫିଆ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଏସପି ସୂଚନା ଦେଇଛନ୍ତି