ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବହୁ କଳ୍ପନା ଜଳ୍ପନା ର ଅନ୍ତ ଘଟି ଶେଷରେ ଚଳିତ ବର୍ଷର ନବ ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି l ଶେଷ ହୋଇଛି ରାଜ୍ୟର ପ୍ରତ୍ୟେକ ବାର ଆସୋସିଏସନର ନିର୍ବାଚନ l
ପ୍ରତ୍ୟେକ ବାର ଆସୋସିଏସନ ଭଳି ବ୍ରହ୍ମପୁର ସ୍ଥିତ ଗଞ୍ଜାମ ବାର ଆସୋସିଏସନ ରେ ମଧ୍ୟ ଶାନ୍ତି ଶୃଙ୍ଖଳାରେ ସହ ଶନିବାର ଚଳିତ ବର୍ଷର ଶେଷ ହୋଇଛି ୨୦୨୫ ବାର ନିର୍ବାଚନ । ନବ ନିର୍ବାଚିତ ସଭାପତି, ଉପସଭାପତି, ସମ୍ପାଦକ ଓ ସହ ସମ୍ପାଦକ ଙ୍କ ଫଳାଫଳ ଘୋଷଣା ହୋଇସାରିଛି l
ଗଞ୍ଜାମ ଓକିଲ ସଂଘ ନିର୍ବାଚନ ରେ ସଭାପତି ଭାବେ ମନୋଜ କୁମାର ପଟ୍ଟନାୟକ,ଉପସଭାପତି ଭାବେ ଟି.କେ ରେଡ୍ଡୀ, ସମ୍ପାଦକ ଭାବେ ଟି. ଭେଙ୍କଟ ରାଓ, ଯୁଗ୍ମ ସଂପାଦକ ଭାବେ ଅସିତ୍ ସାବତ ନିଜ ନିଜର ପ୍ରତିଦ୍ବନ୍ଦୀ ମାନଙ୍କୁ ମାତ ଦେଇ ବିଜୟୀ ହୋଇଛନ୍ତି l
ତେବେ ଗଞ୍ଜାମ ବାର ଆସୋସିଏସନ ରେ ମୋଟ ୧୪୪୩ ଜଣ ଓକିଲ ଶନିବାର ନିଜ ନିଜର ମତ ସାବ୍ୟସ୍ତ କରିଥିବା ବେଳେ କିଛି ଜଣ ଅନୁପସ୍ଥିତ ରହିଥିବା ମଧ୍ୟ ଜଣାପଡିଛି l ତେବେ ସର୍ବାଧିକ ୭୧୭ ଭୋଟ ପାଇ ଗଞ୍ଜାମ ବାର ଆସୋସିଏସନ ର ଉପ-ସଭାପତି ଭାବେ ଜୟ ଯୁକ୍ତ ହୋଇଛନ୍ତି ବରିଷ୍ଠ ଓକିଲ ଶ୍ରୀ ଟି.କେ ରେଡ୍ଡୀ l
ତେବେ ଏନେଇ ଗଞ୍ଜାମ ବାର ର ସମସ୍ତ ଓକିଲ ମହଲ ରେ ଖୁସି ର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଛି l ସମସ୍ତ ନବ ନିର୍ବାଚିତ ପ୍ରାର୍ଥୀ ମାନଙ୍କୁ ବିଭିନ୍ନ ମହଲରୁ ଶୁବେସ୍ଛାର ସୁଅ ଛୁଟିଛି l