ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଗତ କାଲି ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ହୋଇଥିବା ଆକ୍ରମଣକୁ ଗଞ୍ଜାମ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବ୍ରହପୁର ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ କରାଯାଇଛି।ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶବ ନାୟକଙ୍କ ନେତୃତ୍ୱରେ ବହୁ କର୍ମକର୍ତ୍ତା ଯୋଗ ଦେଇ ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଟଣାର ନିନ୍ଦା କରିବା ସହ ଭିକ୍ଷବ ପ୍ରଦର୍ଶନ କରିଥିଲେ। ଗତକାଲି ଚନ୍ଦବାଲି ଠାରେ ମନମୋହନ ସାମଲ ଙ୍କ ପାଇଁ ପ୍ରଚାର କରି ଫେରୁଥିବା ସମୟରେ ଶସିତା ଦେଇ ପୁର ନିକଟରେ ଅଭିଳାଷ ପଣ୍ଡା ଏବଂ ତାଙ୍କ ସହ କର୍ମୀ ମାନଙ୍କୁ ବିଜେଡି କର୍ମୀ ମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ବିଜେଡି କର୍ମୀଙ୍କ ଆକ୍ରମଣରେ ଅଭିଳାଷଙ୍କ ମୁଣ୍ଡ ଫାଟିବା ସଙ୍ଗେ ଗୁରୁତ୍ୱର ଆହତ ହୋଇଛନ୍ତି।ଚନ୍ଦବାଲି ହିଂସା ଏବଂ ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ସମେତ କାର୍ଯ୍ୟକର୍ତ୍ତାଙ୍କୁ ବିଜେଡି ଗୁଣ୍ଡାଙ୍କ ମାରନାନ୍ତକ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହ ଆକ୍ରମଣ କାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଭିକ୍ଷବ ପ୍ରଦର୍ଶନ ସହ ମୁଖ୍ୟ ମନ୍ତ୍ରୀ ଙ୍କ କୁଶ ପୁତଳା ଦାହ କରାଯାଇଥିଲା।