କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିବା ଯୋଗୁଁ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ ଆଜି ଗଞ୍ଜାମ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଗତକାଲି ଭୁବନେଶ୍ୱର ରେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ଙ୍କ ସରକାରୀ ବାସଭବନ ରେ କିଛି ସାମ୍ବାଦିକ ଓ କ୍ୟାମେରାମେନଙ୍କ ଉପରେ ଆକ୍ରମଣ କରିବା ବିଶେଷ କରି ଜଣେ କାର୍ଯ୍ୟରତ ମହିଳା, ଅର୍ଗସ ଟିଭି ସାମ୍ବାଦିକାଙ୍କୁ କୁକୁର ଲଗାଇ ହତ୍ୟା ଉଦ୍ୟମ ସହ କ୍ୟାମେରାମେନ୍ଙ୍କୁ ମାଡ଼ ମାରିବା ଭଳି ଘଟଣା କୁ ବିରୋଧ କରି ଆଜି ରାଜ୍ୟ ସାମ୍ବାଦିକ ସଂଘ୍, ଗଞ୍ଜାମ ଜିଲ୍ଲା ଶାଖା,ଦୃଢ ନିନ୍ଦା କରିବା ସହ ଏଥିରେ ଯେଉଁମାନେ ସଂଶ୍ଳିଷ୍ଟ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିକରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ,ବ୍ରହ୍ମପୁର ଉପଜିଲ୍ଲାପାଳ ସୁଶ୍ରୀ ଦିନା ଦସ୍ତଗିର ଜରିଆଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି l