କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲାର ସନ୍ତୋଷ ଗୈାଡ଼ଙ୍କ ଶେଷକୃତ୍ୟ ସମ୍ପୂର୍ଣ
ପୁରୁଷୋତ୍ତମପୁର ( ବିପ୍ଲବୀ ପରିକ୍ରମା ):- କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ବ୍ଲକ ଅନ୍ତର୍ଗତ ରଣଝାଲି ଗ୍ରାମର ସନ୍ତୋଷ ଗୈାଡ଼ଙ୍କ ମୃତ ଘଟିଥିଲା। ମୃତ ଶରୀରକୁ ଭାରତ ସରକାର ଙ୍କ ସହଯୋଗରେ ଭୂବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ଥିଲା. ସେଠାରୁ ମର ଶରୀର ଏକ ସରକାରୀ ଗାଡ଼ିରେ ଗଞ୍ଜାମ ଜିଲ୍ଲା ପୁରୁଷତମ ଅନ୍ତର୍ଗତ ରଣଝାଲି ଗ୍ରାମ ଠାରେ ପହଞ୍ଚି ଥିଲା।
ମାନ୍ୟବର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, ରାଷ୍ଟ (ସ୍ୱାଧୀନ) ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ, ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ, ଖଲ୍ଲିକୋଟ ବିଧାୟକ ଶ୍ରୀ ପୁର୍ଣ୍ଣଚନ୍ଦ୍ର ସେଠୀ, ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଶ୍ରୀ ଶିଶିର ମିଶ୍ର ପ୍ରମୁଖ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସନ୍ତୋଷ ଗୌଡ଼ ପରିବାରକୁ ସମୋବେଦନା ଜଣାଇଥିଲେ।