ଛତ୍ରପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଅଦିନିଆ ବର୍ଷାର ପ୍ରକୋପରେ ଗଞ୍ଜାମ ଜିଲ୍ଲାର ୨୨ ବ୍ଲକର ପାଖାପାଖୂ ୩,୩୧,୫୦୦ ରୁ ଅଧିକ ଧାନ ଚାଷୀ ପରିବାର ସହ ସମସ୍ତ ବର୍ଗର କୃଷକ ପ୍ରଭାବିତ ହୋଇଛନ୍ତି, ଏନେଇ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ କ୍ଷତିପୂରଣ ଓ ବିଭିନ୍ନ ଦାବୀ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି l ଦାବୀ ଗୁଡିକ ମଧ୍ୟରେ ଆଧୁନିକ ବୈଷୟିକ ଜ୍ଞାନ କୌଶଳରେ ସମସ୍ତ ପ୍ରକାର କୃଷିକ୍ଷେତ୍ରର କ୍ଷତିର ଯୁଦ୍ଧକାଳୀନ ଆକଳନ ଏବଂ ଆର୍ଥିକ ସହାୟତା ପ୍ରଦାନ, କୃଷି ଋଣ ସହ କୃଷକର ମୁଣ୍ଡଉପରେ ଥିବା ଅନ୍ୟାନ୍ୟ ଋଣ ଛାତ, ସମସ୍ତ ବର୍ଗର ତାଷୀଙ୍କୁ ଜଳକର ଛାଡ,ଗଞ୍ଜାମର ଧାନ ତାଷୀଙ୍କ ଉତ୍ପାଦିତ ଧାନର ଗୁଣାତ୍ମକ ମାନରେ କୋହଳ,ପାଣି ମାଡି ଧୂସରିଆ, ବେରଂଗ ହୋଇଥିବା, ଗମି ଯାଇଥିବା ଧାନକୁ କ୍ରୟକରିବା,ହେକ୍ଟର ପ୍ରତି କ୍ଷତିର ସହାୟ ମୂଲ୍ୟକୁ ବୃଦ୍ଧି କରିବା,ପନିପରିବା ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ଆଦି ରହିଛି l ସ୍ମାରକପତ୍ର ପ୍ରଦାନ ବେଳେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଡ଼l ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା , ସୁବାଷ ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷl ଅଞ୍ଜଳି ସ୍ୱାଇଁ,ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ଭୃଗୁବକ୍ସି ପାତ୍ର,ସୁବାଷ ମହାରଣା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଶ୍ରମିକ ନେତା ଶଙ୍କର ଦାଶ,ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି ପାପା ରାଓ, ବିଜେଡି ନେତ୍ରୀ ସୁଶ୍ରୀ ସୁଲକ୍ଷଣା ଦେବୀ, ବିପ୍ଳବ ପାତ୍ରଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ l