ଆରମ୍ଭ ହେଲା ଗଞ୍ଜାମ ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ଦଣ୍ଡନାଚ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):-  ଶୁଭିଲା ଢୋଲ, ମହୁରୀ, ଗଳ୍ପର ଶବ୍ଦ । ଦଣ୍ଡୁଆଙ୍କ ହାତରେ ଝୁଲିଲା ପିଞ୍ଚ ମୁଠା ଆଉ ଉଡ଼ିଲା ଝୁଣା ନିଆଁ । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ଦଣ୍ଡନାଚ ସୋମବାର ଆରମ୍ଭ ହୋଇଛି । ୨୧ ଦିନିଆ ଦଣ୍ଡନାଚର ଆରମ୍ଭ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମା ଦକ୍ଷିଣ କାଳୀଙ୍କ ମନ୍ଦିରରେ ଦଣ୍ଡ ଆରମ୍ଭ ହୋଇଛି । ପ୍ରାତଃ ଭୋର୍‌ ସାଢ଼େ ୩ଟାରୁ ମନ୍ଦିର ଖୋଲାଯାଇଥିଲା। ପ୍ରଥମେ ମା’ଙ୍କୁ ଗୋଧାଇ ଦିଆଯିବା ପରେ ଆଳତୀ କରାଯାଇଥିଲା।ଏହାପରେ ରିତିନିତି ଅନୁସାରେ ମନ୍ଦିରରେ ପୁଜା ଆରମ୍ଭ ହୋଇଥିଲା।

ସ୍ଥାନୀୟ ଅଞ୍ଚଳବାସୀଙ୍କ ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମାନସିକଧାରୀ ମାନେ ଭିଡ଼ ଜମାଇଥିଲେ । ମା’ଙ୍କୁ ଦର୍ଶନ କରିବା ସହ ପିଞ୍ଚ ମୁଠା ଏବଂ ନାଲି ବାନା ପ୍ରଦାନ କରିଥିଲେ । ଦିନ ପ୍ରାୟ ୧୧ଟାରୁ ମନ୍ଦିର ପରିସରରେ ରହିଥିବା ପୋଖରୀ କୁଳରେ ପୁରୁଣା ପରଭାକୁ ନିୟମ ଅନୁସାରେ ପୂଜାର୍ଚ୍ଚନା କରାଯାଇ ବିର୍ସଜନ କରାଯାଇଥିଲା।

ଏହାପରେ ନୂତନ ପରଭାକୁ ପୂଜା କରାଯାଇ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ଏହାପରେ ବିଭିନ୍ନ ସ୍ଥାନରୁ ଆସିଥିବା ମାନସିକଧାରୀ ଦଣ୍ଡୁଆଙ୍କ ସମେତ ଗ୍ରାମର ୨୦୦ରୁ ଉର୍ଦ୍ଧ୍ବ ଦଣ୍ଡୁଆ ଗାଧୋଇ ଥିଲେ । ଏହାପରେ ସମସ୍ତ ଦଣ୍ଡୁଆଙ୍କୁ ପଇତା ଦିଆଯାଇଥିଲା। ପଇତା ଧାରଣ ପରେ ମା’ ମନ୍ଦିରରୁ ଦଣ୍ଡଯାତ୍ରା ପାଇଁ ବାହାରିଥିଲେ। ଗ୍ରାମର ସମସ୍ତ ସାହି ପରିକ୍ରମା କରିଥିଲେ । ମା’ଙ୍କୁ ସ୍ବାଗତ କରିବା ପାଇଁ ଅଞ୍ଚଳବାସୀ ନିଜ ଦାଣ୍ଡରେ ମା’ଙ୍କ ପାଇଁ ଭୋଗ ବାଢ଼ିଥିଲେ । ମା’ ପରିକ୍ରମା କରିବା ବେଳେ ବହୁ ଶ୍ରଦ୍ଧାଳୁ ମା’ଙ୍କ ସମ୍ମୁଖରେ ଦଣ୍ଡବତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here