କୁକୁଡାଖଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):– କୁକୁଡାଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ଦିନ ହେଲା ଜମା ହୋଇ ପଡ଼ିରହିଛି କୁଢ଼ କୁଢ଼ ଆବର୍ଜନା । ପଞ୍ଚାୟତ ସମ୍ମୁଖରେ ଥିବା ରାସ୍ତା କଢ଼ ରେ ଦୀର୍ଘ ଦିନ ଧରି ଅଳିଆ ଆବର୍ଜନା ପଡିରହୁଥିବା ବେଳେ ପଡୁନି ସ୍ଥାନୀୟ ସରପଞ୍ଚ କି ପ୍ରଶାସନ ର ନଜର । ସଫେଇ ନିମନ୍ତେ ନେଉନାହାନ୍ତି ପଦକ୍ଷେପ । ଏପରିକି ଦୈନନ୍ଦିନ ଉକ୍ତ ରାସ୍ତା ଦେଇ ହଜାର ହଜାର ଯାତ୍ରୀ ଯାତାୟାତ କରନ୍ତି ହେଲେ ଦୁର୍ଗନ୍ଧ ରେ ବାସୁଛି ପୁରା ଅଞ୍ଚଳ।ରାସ୍ତା କଡ଼ରେ ଗଛିତ ଓଳିଆରେ ବର୍ଷା ପାଣି ପଡ଼ି ପ୍ରବଳ ଦୁର୍ଗନ୍ଧ ହେଉଛି ତେଣୁ ଉକ୍ତ ରାସ୍ତା ଦେଇ ଚଳପ୍ରଚଳ କରିବା କଷ୍ଟକର ହୋଇପଡିଛି ।
ପଞ୍ଚାୟତ ର ଠିକ୍ ସମ୍ମୁଖ ରାସ୍ତା କଢ଼ ଅର୍ଥାତ୍ ଯାହାକୁ ଲାଗି ରହିଛି ବିଜ୍ଞାନ ଉଚ୍ଚ ବିଦ୍ୟାଳୟ ର ପାଚେରୀ । ପାଚେରୀ କୁ ଲାଗି ଅଳିଆ ଆବର୍ଜନା ପଡିରହିଥିବା ବେଳେ କଲେଜ୍ ଭିତରକୁ ପ୍ରବେଶ ହେଲା ମାତ୍ରକେ ଦୁର୍ଗନ୍ଧ ରେ ନାକ ଫାଟିପଡୁଛି । ରାଜ୍ୟରେ ହଇଜା ବଢୁଥିବା ବେଳେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ରହିଥିବାରୁ ଯାହା ବର୍ତ୍ତମାନ ଚିନ୍ତା ବଢ଼ାଉଛି । ଅଞ୍ଚଳରେ ଥିବା କିଛି ଅସାଧୁ ବ୍ୟବସାୟୀ ମାନଙ୍କ ଅଳିଆ ଆବର୍ଜନା ତଥା ହୋଟେଲ ର ଖାଇବା ପତ୍ର ଏବଂ କୁଢ଼ କୁଢ଼ ଆବର୍ଜନା ଇତ୍ୟାଦି ଏହି ସ୍ଥାନରେ ପକାଉଥିବାରୁ ଯାହା ପରିବେଶକୁ ଦୂଷିତ କରାଉଛି।
ରାଜ୍ୟରେ ସଂକ୍ରମିତ ହେଉଥିବା ଡାଇରିଆକୁ ଦୃଷ୍ଟିରେ ରଖି ହୋଟେଲ,ଫାଷ୍ଟଗୋଡ ଗୁଡିକରେ ଖାଦ୍ୟର ମାନ ଯାଞ୍ଚ କରିବାକୁ ସାଧାରଣରେ ଦାବି ହେଉଛି । ବର୍ତ୍ତମାନ ରାଜ୍ୟ ତଥା ଜିଲ୍ଲା ର କେତକ ଜାଗାରେ ଝାଡ଼ା ବାନ୍ତିର ପ୍ରଭାବ ଦେଖା ଦେଇଛି। ତେବେ ଏହି ଅଞ୍ଚଳରେ ପୂତି ମୟ ଗନ୍ଧ ତଥା ବ୍ୟବସାୟୀଙ୍କ ଖାଦ୍ୟ ଯୁଗୁଁ ଏହି ଅଞ୍ଚଳରେ ତାହାର ପ୍ରଭାବ ପକାଇବନି ତ? ଏହା ଅଞ୍ଚଳବାସୀଙ୍କ ମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଅଞ୍ଚଳର ଥିବା ନାଳ ଗୁଡିକ ମଧ୍ୟ ସଫେଇ କରିବା ତ ଦୂରର କଥା ମୁକୁଳା ଅବସ୍ଥାରେ ପଡିରହିଥିବାରୁ ମଶା ମାଛିଙ୍କ ପ୍ରାଦୁର୍ଭାବ ବଢୁଛି । ଅଳିଆ ଆବର୍ଜନା ତଥା ମଶା ମାଛି ଙ୍କ ଦ୍ଵାରା ହଇଜା ଭଳି ମାରାମାତ୍କ ରୋଗ ସୃଷ୍ଟି ହୋଇଥାଏ । ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ଅଞ୍ଚଳରେ ଝାଡ଼ା ବାନ୍ତି ର ପ୍ରଭାବ ପଡ଼ିବ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି। ଏଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣ ରେ ଦାବି ହୋଇଛି।