କେନ୍ଦୁଝର ( ବିପ୍ଲବୀ ପରିକ୍ରମା ):- କେନ୍ଦୁଝର ଜିଲ୍ଲା ଘସିପୁରା ପୋଲିସ୍ ଆଜି ବେଆଇନ୍ ଗୋରୁ ବୋଝେଇ କଣ୍ଟେନର ଜବତ୍ କରିଥିବା ଜଣାପଡିଛି। ପେଟ୍ରୋଲିଂ ସମୟରେ ଏକ କଣ୍ଟେନରରେ ଗୋବଂଶ ଚୋରା ଚାଲାଣ ହେଉଥିବା ଜାଣି ପୋଲିସ୍ ପେଟ୍ରୋଲିଂ ଟିମ୍ ସେହି ସନ୍ଦିଗ୍ଧ କଣ୍ଟେନରର ପିଛା କରିଥିଲା। ୨୦ ନଂ ଜାତୀୟ ରାଜପଥର ଶୈଲଙ୍ଗ ନିକଟରେ ଉକ୍ତ କଣ୍ଟେନର ଅକାଇବାରେ ସଫଳ ହୋଇଥିବା ବେଳେ ଡ୍ରାଇଭର ଓ ହେଲପରଙ୍କୁ ମଧ୍ୟ କାବୁ କରିଛି।
ମାତ୍ର ଅନ୍ୟଜଣେ ଫେରାର ହୋଇଥିବା ଜଣା ପଡିଛି। ଜବତ୍ କଣ୍ଟେନରରେ ପ୍ରାୟ ୬୦ଟି ଗୋରୁ ରହିଥିବା ବେଳେ ଏଗୁଡିକ ଢେଙ୍କାନାଳରୁ ମୟୂରଭଞ୍ଜ ଜିଲ୍ଲାର କୌଣସି ଏକ ସ୍ଥାନକୁ ଯାଉଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଯାହାର ତଦନ୍ତ ନିଶ୍ଚୟ ହେବା ଦରକାର୍ ବୋଲି ସାଧାରଣରେ ଦାବି ହୋଇଛି। ଅନ୍ୟ ପକ୍ଷରେ ଉଦ୍ଧାର ଗୋରୁ ଗୁଡିକୁ ବଡବିଲ ଗୋଶାଳାକୁ ସ୍ଥାନାନ୍ତର ପାଇଁ ପୋଲିସ୍ ପକ୍ଷରୁ ପ୍ରୟାସ ଆରମ୍ଭ କରା ଯାଇଛି।