ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଗୋଳନ୍ଥରା ପୁଲିସ ପକ୍ଷରୁ ଟାମାଣା ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ୪ ଅଭିଯୁକ୍ତ ସମେତ ହରିଣ ସିଙ୍ଗ, ଦେଶୀ ବନ୍ଧୁକ ସହ ଗୁଳି ଜବତ କରିଛି।ଗିରଫ ବ୍ୟକ୍ତିମାନେ ହେଲେ ସିଙ୍ଗବାଡିର ଚିଆଁ ଓରଫ ପୂର୍ଣ୍ଣ ଗୌଡ(୩୫), ମେଦିନୀପୁର ର ଶଙ୍କର ପ୍ରଧାନ (୫୫), ଦିଗପହଣ୍ଡି ଥାନା ଅନ୍ତର୍ଗତ ବତଝରି ର ଅଭି ଓରଫ ଭାଲିଆ ମଲ୍ଲିକ (୪୦) ଏବଂ କହ୍ନେଇପୁଟ ର ବୃନ୍ଦାବନ ମଲ୍ଲିକ (୪୫) ବୋଲି ପୁଲିସ ସୂଚନା ଦେଇଛି ।
ଗିରଫ ମାନଙ୍କ ଠାରୁ ଦୁଇଟି ହରିଣ ସିଙ୍ଗ ସହ ଦୁଇଟି ସିଙ୍ଗଲ ବେରେଲ ଦେଶୀ ବନ୍ଧୁକ,୬୫ ଏମ ଏମ ର ୧୨୫ ଟି ଗୁଳି,୨୦୦ ଟି ଖାଲି ଗୁଳି,ବାରୁଦ ୨୦୦ ଗ୍ରାମ,୧୦ କେଜି ଓ ୨୫୦ ଗ୍ରାମ ଲିଡ ସ୍ଲିପଣ୍ଟର ବଲସ, ସ୍ଲିଣ୍ଟର ବଲ ପ୍ରସୃତ ୨ ଟି ମେସିନ ସହ ଗୋଟିଏ ମୁଣ୍ଡ ରେ ବାନ୍ଧିବା ଟର୍ଚ୍ଚ ଜବତ କରାଯାଇଛି । ଗୁରୁବାର ଅପରାହ୍ନରେ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ଏକ ସୁତ୍ରରୁ ଖବର ଗୋଳନ୍ଥରା ଥାନା ପୁଲିସ ପକ୍ଷରୁ ଟାମଣା ଜଙ୍ଗଲରେ ଚଢାଉ କରିବା ସମୟରେ ସେଠାରେ ଉପସ୍ଥିତ ରହିଥିବା ଅଭିଯୁକ୍ତ ମାନେ ଫେରାର ହୋଇ ଯାଇଥିଲେ। ପୁଲିସ ପକ୍ଷରୁ ପ୍ରଥମେ କୁନାର ପ୍ରମୁଖ ସହଯୋଗୀ ରହିଥିବା ଚିଆଁ କୁ କାବୁ କରିବା ପରେ ଅନ୍ୟ ତିନି ଅଭିଯୁକ୍ତ କୁ ସହଯୋଗୀ ଧରିବା ସକ୍ଷମ ହୋଇଥିଲେ।
ସେମାନଙ୍କ ଠାରୁ ଜଙ୍ଗଲ ପରିସରରେ ବେଆଇନ ଭାବେ ଗୋଳାବାରୁଦ ପ୍ରସ୍ତୁତ ସ୍ଥାନରେ ଚଢ଼ାଉ କରି ଜବତ କରାଯାଇଥିଲା। ସୂଚନାଯୋଗ୍ୟ ଯେ ପୂର୍ବରୁ ଗତ ୨୦୨୧ ରେ ଚିଆଁ ସମେତ ଶଙ୍କର ପୂର୍ବରୁ ପୁଲିସ ଉପରେ ଆକ୍ରମଣ କରିବା ମାମଲାରେ ଗିରଫ କରାଯାଇଥିଲା। ଏହା ସହ ଜବତ ହରିଣ ସିଙ୍ଗ କୁ ବନବିଭାଗ କୁ ତଦନ୍ତ ନିମନ୍ତେ ହସ୍ତାନ୍ତର କରାଯାଇଛି।ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରା ଯାଇଥିବା ବେଳେ ସେମାନଙ୍କର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି l