ଗୋଳନ୍ଥରା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗୋଳନ୍ଥରା ପୋଲିସ କୁ ମିଳିଛି ବଡ଼ ସଫଳତା, କେବଳ ୬ ଘଣ୍ଟା ମଧ୍ୟରେ ଅଭିଯୁକ୍ତ କୁ କାବୁ କରିବାରେ ସଫଳ ହୋଇଛି ଗୋଳନ୍ଥରା ପୋଲିସ l ସୂଚନା ପ୍ରକାରେ, ଚାଟି ଗୋଲନ୍ଥରା ଗ୍ରାମର ରବୀନ୍ଦ୍ର ଜେନାଙ୍କ ପତ୍ନୀ ପ୍ରମିତା ଜେନା ଗତକାଲି ଅର୍ଥାତ ମଙ୍ଗଳବାର ସକାଳ ସମୟ ପ୍ରାୟ ୫.୩୦,ଜାତୀୟ ରାଜପଥ ୧୬ ରେ ଅବସ୍ଥିତ ଚାଟି ଛକ ଉପରେ ଥିବା ମା ମଙ୍ଗଳା ବେଲଡ଼ିଙ୍ଗ ଦୋକାନ ଝାଡୁ କରୁଥିବା ସମୟରେ ହଟାତ ଦୁଇଜଣ ଅଜଣା ଯୁବକଙ୍କ ଦ୍ୱାରା ତାଙ୍କ ସୁନା ହାର ଛଡ଼ାଇ ନେବା ସମ୍ପର୍କରେ ସେ ଏକ ମାମଲା ରୁଜୁ କରିଥିଲେ ଗୋଳନ୍ଥରା ଥାନାରେ ।
ମାମଲା କୁ ଭିତ୍ତି କରି ଗୋଲନ୍ଥରା ଥାନାର ତ୍ୱରିତ ଏବଂ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ, ସମ୍ପୃକ୍ତ ଅଭିଯୁକ୍ତଙ୍କ ପରିଚୟ ତୁରନ୍ତ ମିଳିଗଲା ଏବଂ ପୋଲିସ ଦଳ ଶୀଘ୍ର ସୁଦୂର ଶ୍ରୀକାକୁଲମକୁ ଯାଇ ସେମାନଙ୍କୁ ଗିରଫ ଆଜି ଅର୍ଥାତ ବୁଧବାର କରିଛି l ତେବେ ପଚରାଉଚରା ପରେ, ଉଭୟ ଅଭିଯୁକ୍ତ ଉକ୍ତ ଅପରାଧ କରିଥିବା ସ୍ୱୀକାର କରିଥିଲେ। ଗିରଫ ପରେ ସେମାନଙ୍କ ଠାରୁ,ଧଳା ରଙ୍ଗର ବାଜାଜ ପଲସର NS 200 ମୋଟର ସାଇକେଲ ନଂ. AP-39-LW-1748 ଏବଂ ଚୋରି ହୋଇଥିବା ସୁନା ହାର, ଉଭୟ ଅଭିଯୁକ୍ତଙ୍କ କବଜାରୁ ଜବତ କରାଯାଇଥିବା ଗୋଳନ୍ଥରା ପୋଲିସ ସୂଚନା ଦେଇଛି l ତେବେ ଉଭୟ ଅଭିଯୁକ୍ତଙ୍କୁ ଆଜି ଅର୍ଥାତ୍ ୨୬ ମାର୍ଚ୍ଚ ବୁଧବାର ଦିନ କୋର୍ଟ ଚାଲାଣ କରାଯାଇଛି l