ବିପ୍ଲବୀ ପରିକ୍ରମା ଡିଜିଟାଲ :- ଦୁନିଆରେ କିଛି ଲୋକ ଖାଦ୍ୟ ଖାଇବା ଉପରେ ସଉକ ରଖନ୍ତି ତ ଆଉ କିଛି ଲୋକ ସଜେଇ ହେବା ଉପରେ ସଉକ ରଖନ୍ତି । ତେବେ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ସୁନାକୁ ବେଶି ପସନ୍ଦ କରନ୍ତି । ସେମାନେ ସୁନା ଗହଣା କିଣନ୍ତି ତାହା ନୁହେଁ ସୁନାର ଅଳଙ୍କାର ପିନ୍ଧିବାକୁ ପସନ୍ଦ କରନ୍ତି ଓ ପିନ୍ଧନ୍ତି ମଧ୍ୟ । ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଯିଏ ସୁନା ପାଇଁ ଏତେ ପାଗଳ ଯେ ସେ ସୁନାର ବୁଲେଟ ଚଲାନ୍ତି । ଆପଣ ହୁଏତ ଅନେକ ମଡେଲର ବୁଲେଟ୍ ରାସ୍ତାରେ ଚାଲୁଥିବାର ଦେଖିଥିବେ, କିନ୍ତୁ ଏହି ଗୋଲ୍ଡ ମ୍ୟାନ ଜଣକ ସୁନାର ବୁଲେଟ ଚଲାନ୍ତି । ଏହି ବୁଲେଟଟି ୨୪ କ୍ୟାରେଟ୍ ସୁନାରେ ଆବୃତ ହୋଇଛି । ପ୍ରାୟ ୨୦୦ ରୁ ୩୦୦ ଗ୍ରାମ ସୁନା ଲଗାଯାଇଛି । ଏହା କରିବା ପାଇଁ ପ୍ରାୟ ୧୩ ରୁ ୧୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସମଗ୍ର ବିହାରରେ କେବଳ ଜଣେ ବ୍ୟକ୍ତି ଅଛନ୍ତି ଯିଏ ସିଧାସଳଖ ସୁନା ପ୍ରତି ନିଜର ପ୍ରେମ ବ୍ୟକ୍ତ କରନ୍ତି । ତାଙ୍କ ନା ହେଉଛି ପ୍ରେମ୍ କୁମାର ସିଂ । ଯିଏ ବିହାରର ଗୋଲ୍ଡ ମ୍ୟାନ୍ ଭାବରେ ଜଣାଶୁଣା । ଏହି ଗୋଲ୍ଡ ମ୍ୟାନଙ୍କ ସୁନା ପିନ୍ଧିବାର ସୌକ୍। ଦେହ ସାରା ଯୁଆଡ଼େ ଚାହିଁଲେ ସୁନା ଆଉ ସୁନା। ଚାରିଆଡ଼େ ସୁନାର ଅଳଙ୍କାର। କେବଳ ସେତିକି ନୁହେଁ, ଆପଣ ଦେଖୁଥିବା ମୋଟର ସାଇଲେରେ ବି ଲାଗିଛି ସୁନା । ଏହି ସୁନାର ବୁଲେଟରେ ବୁଲୁଛନ୍ତି ଗୋଲ୍ଡ ମ୍ୟାନ୍ । ବିହାର ପାଟନାର ଏହି ଗୋଲ୍ଡ ମ୍ୟାନଙ୍କ ସୁନା ଅଳଙ୍କାର ପିନ୍ଧିବା ଏକ ହବିରେ ପରିଣତ ହୋଇଛି । ପ୍ରେମ୍ ସିଂ କୁହନ୍ତି ଯେ ସେ ୫୦ ଗ୍ରାମରୁ ଆରମ୍ଭ କରିଥିଲେ, କିନ୍ତୁ ସମୟ କ୍ରମେ ସୁନା ଧୀରେ ଧୀରେ ବଢିବାକୁ ଲାଗିଲା ଏବଂ ଆଜି ଏହା ୫ କିଲୋଗ୍ରାମ ୪୦୦ ଗ୍ରାମରେ ପହଁଚିଛି । ପ୍ରେମ୍ ସିଂ ଦାବି କରିଛନ୍ତି ଯେ ସେ ବିହାରର ପ୍ରଥମ ସୁନା ମଣିଷ ଏବଂ ଦେଶର ଦ୍ୱିତୀୟ ସୁନା ମଣିଷ । ଯିଏ ପ୍ରଥମ ସ୍ଥାନରେ ଅଛନ୍ତି ସେ ପ୍ରାୟ ୭ ରୁ ୮ କିଲୋଗ୍ରାମ ସୁନା ପିନ୍ଧନ୍ତି । ତାଙ୍କର ଲକ୍ଷ୍ୟ ହେଉଛି ଦିନେ ସେ ଦ୍ୱିତୀୟ ସ୍ଥାନରୁ ପ୍ରଥମ ସ୍ଥାନକୁ ଯିବେ । ଏଥିପାଇଁ ସେ ଲଗାତାର ସୁନା କ୍ରୟ କରିବାରେ ଲାଗିଛନ୍ତି । ବୁଲେଟ୍ ପରେ, ବର୍ତ୍ତମାନ ସେ ସୁନାର ପଗଡି ଏବଂ ଚଷମା ତିଆରି କରୁଛନ୍ତି ।