ବିପ୍ଲବୀ ପରିକ୍ରମା ଡିଜିଟାଲ :- ରେକର୍ଡ ଭାଙ୍ଗିଲା ସୁନା ଦର,ପ୍ରଥମ ଥର ୧୦ ଗ୍ରାମକୁ ୯୦ ହଜାର ଟଙ୍କା ଛୁଇଁଛି ସୁନା ରେଟ l ତେବେ ୨୪ କ୍ୟାରେଟ ୧୦ ଗ୍ରାମ ସୁନାର ଦାମ ୯୦ ହଜାର ରହିଥିବା ବେଳେ ୨୨ କ୍ୟାରେଟ ସୁନାର ଦାମ ରହିଛି ୮୨ ହଜାର ୫୦୦ ଟଙ୍କା । ଏପରିକି ରୁପାର ଦାମ ମଧ୍ୟ ବଢିଛି । କିଲୋ ପିଛା ୧ ହଜାର ୧ ଟଙ୍କା ବଢି ୯ ଲକ୍ଷ ୧୩ ହଜାରେ ଟଙ୍କାରେ ପହଞ୍ଚିଛି । ସେପଟେ ଆଗକୁ ସୁନା ଦାମ ଲକ୍ଷେ ଟଙ୍କା ଛୁଇଁପାରେ ବୋଲି ଆକଳନ କଲେଣି ବ୍ୟବସାୟୀ । ବାହାଘର ଋତୁ ଚାଲିଥିବା ବେଳେ ପ୍ରଥମ ଥର ପାଇଁ ସୁନା ଦର ୯୦ ହଜାର ଛୁଇଁଛି । ସୁନା କିଣିବେ କି ନାହିଁ ବୋଲି ଗ୍ରାହକ ଚିନ୍ତାରେ ରହିଥିବା ବେଳେ ରାଜ୍ୟର ବିଭିନ୍ନ ସୁନା ସୋ ରୁମ ଓ ଦୋକାନ ଖାଁ ଖାଁ ରହିଛି । ସୁନା ଏକ ଆବଶ୍ୟକୀୟ ଓ ଶୁଭ ଉପହାର ହୋଇଥିବା ବେଳେ ବିଧି ମୁତାବିକ ବାହାଘରରେ ସୁନା ଦେବାର ପରମ୍ପରା ରହିଛି । ସୁନାର ଏଭଳି ଆକାଶ ଛୁଆଁ ଦାମ ଦେଖି କିଣିବାକୁ ଗ୍ରାହକ ଡରିଲେଣି । ସୁନା ଦର ଅହେତୁକ ବୃଦ୍ଧି ଦେଖି ଲୋକମାନେ ଚିନ୍ତାରେ ପଡୁଛନ୍ତି । ସୁନା କିଣି ପକେଟ ଖାଲି ହେଇଯାଉଛି ବୋଲି କହିବା ସହ ଏହି ଦର ସେମାନଙ୍କୁ କଷ୍ଟ ଦେଉଛି ବୋଲି ଗ୍ରାହକ କହିଲେଣି l