ଚାଲିଗଲେ ଲୋକଙ୍କ ନେତା
ବିପ୍ଲବୀ ପରିକ୍ରମା ବ୍ୟୁରୋ :- 1474 ମସିହା ଜୁଲାଇ 22 ତାରିଖରେ ପଡିଆ ବ୍ଲକ ର ବାପନପାଲି ପଂଚାୟତ ର ରାଡେନପଲ୍ଲୀ ଗାଁ ର ଗୋଟିଏ କୋୟା ପରିବାରରେ ଜନ୍ମଗ୍ରହଣ କରିଥିଲେ ଆଦିତ୍ୟ ମାଢି । ଆଦିବାସୀ ସମ୍ପ୍ରଦାୟର ପୁଅ ହୋଇ ପାଠ ପଢ଼ାରେ ବେଶ ଆଗୁଆ ଥିଲେ ଆଦିତ୍ୟ । କାଲିମେଳା ଅନନ୍ତପଲ୍ଲୀ ବିଦ୍ୟାଳୟ ରେ ବେଶ କିଛି ଦିନ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ଚାକିରୀ ଜୀବନରେ ରହି ମଧ୍ୟ ସମାଜ ସେବା ପାଇଁ ଆଦିତ୍ୟ ଙ୍କ ଅବଦାନ ବେଶ ଅତୁଳନୀୟ । ଆଦିବାସୀ ସମ୍ପ୍ରଦାୟର ପିଲା ମାନେ କିଭଳି ଉଚ୍ଚ ଶିକ୍ଷିତ ହେବେ ସେଥିପାଇଁ ଚିନ୍ତିତ ଥିଲେ ଆଦିତ୍ୟ । ନିଜ ଦରମାର ସମସ୍ତ ଟଙ୍କା ଆଦିବାସୀ ପିଲାଙ୍କ ଶିକ୍ଷା ଓ ସମାଜ ସେବାରେ ଅତିବାହିତ କରୁଥିଲେ ଆଦିତ୍ୟ । ସମାଜ କଲ୍ୟାଣ ସହ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସଦସ୍ୟ ଭାବେ କାର୍ଯ୍ୟ ଆରମ୍ଭ କରି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଅନେକ ପ୍ରଚେଷ୍ଟା କରିଛନ୍ତି ଆଦିତ୍ୟ ।ସମାଜ ସେବା ସହ ଆଦିବାସୀଙ୍କ ବିକାଶ ସହ ସମଗ୍ର ମାଲକାନଗିରି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଚାକିରୀ ଛାଡି ବିଜେପି ରେ ଯୋଗ ଦେଇଥିଲେ ଆଦିତ୍ୟ । 2009 ଓ 2014 ମସିହାରେ ଦୁଇ ଦୁଇ ଥର ମାଲକାନଗିରି ରେ ବିଜେପି ବିଧାୟକ ପାର୍ଥି ଭାବେ ଲଢ଼ି ପରାଜିତ ହୋଇଥିଲେ ମଧ୍ୟ ନିଜକୁ ଦୁର୍ବଳ ନ ଭାବି ପୁନର୍ବାର 2019 ରେ ଲଢ଼ି ବିଜୟ ମୁକୁଟ ପିନ୍ଧିଥିଲେ ଆଦିତ୍ୟ । ଲୋକଙ୍କ ଆଶା ଓ ଭରସା କୁ ଅତୁଟ ରଖିବା ପାଇଁ ଦିନ ରାତି ଏକ କରିଦେଇଥିଲେ ସେ l
2020 ମସିହା କୋରନା ର ଦ୍ୱିତୀୟ ଲହର ସମୟରେ ସେ ଲୋକଙ୍କ ସେବା କରିବା ଏତେ ଜଡିତ ହୋଇଯାଇଥିଲେ ଯେ ସେ ନିଜେ କୋରନା ରେ ପୀଡିତ ହୋଇଯାଇଥିଲେ । ଦୁଇ ଦୁଇ ଥର କୋରନା ରେ ଆକ୍ରାନ୍ତ ହେବା ଯୋଗୁଁ ତାଙ୍କର କିଡନୀ ସଂକ୍ରମଣ ଆରମ୍ଭ ହୋଇଥିଲା । ବହୁ ପ୍ରଚେଷ୍ଟା ଓ ବିଜେପି ର ବରିଷ୍ଠ ନେତା ଙ୍କ ସାହାଯ୍ୟ ସହଯୋଗ ରେ ତାଙ୍କ କିଡନୀ ପ୍ରତ୍ୟରୋପଣ ହୋଇଥିଲା । ଡାକ୍ତର ଙ୍କ ପରାମର୍ଶ ଅନୁଯାଇ ଅଧିକ ଲୋକଙ୍କ ସହ ମିଶିବା ତାଙ୍କ ପାଇଁ ବାରଣ ହୋଇଥିବା ବେଳେ ସେ ଡାକ୍ତର ଙ୍କ ପରାମର୍ଶ କୁ ଖାତିର ନ କରି ପୁନର୍ବାର ଲୋକ ସେବାରେ ବାହାରି ପଡିଥିଲେ । ଯାହା ତାଙ୍କ ପାଇଁ କାଳ ସାଜିଲା ବୋଲି ଆଦିତ୍ୟ ଙ୍କ ପ୍ରଶଂସକ କୁହନ୍ତି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିବାରୁ AIMS ରେ ଚିକିତ୍ସିତ ହେଉଥିଲେ କିନ୍ତୁ ଗତ କାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ପରେ ସମଗ୍ର ମାଲକାନଗିରି ଜିଲ୍ଲାରେ ଶୋକ ର ଛାୟା ଖେଳିଯାଇଛି । ଆଦିତ୍ୟ ଙ୍କ ପାର୍ଥିବ ଶରୀର ପ୍ରଥମେ ମାଲକାନଗିରି ଜିଲ୍ଲା ବଜେପି କାର୍ଯ୍ୟାଳୟ ରେ ପହଁଚିବା ପରେ ସବୁ ଦଳର ନେତା ଓ କର୍ମୀ ଆଦିତ୍ୟ ମାଢି ମର ରହେ ନାରା ଦେଇଥିବା ବେଳେ ଆଦିତ୍ୟ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ଜନ୍ମ ମାଟିରେ ଆଦିତ୍ୟ ଙ୍କ ଶରୀର ପହଂଚିବା ପରେ କାନ୍ଦ ବୋବାଳି ରେ ଫାଟିଯାଇଥିଲା ସମଗ୍ର ଅଂଚଳ । ଅପରାହ୍ନ ପ୍ରାୟ 3 ଟା ସମୟରେ ଆଦିବାସୀ ପରମ୍ପରା ଅନୁଯାୟୀ ଆଦିତ୍ୟ ଙ୍କ ଶେଷ କୃତ୍ୟ ଜନ୍ମ ମାଟି ରାଡେନପଲ୍ଲୀ ରେ ସମ୍ପନ ହୋଇଥିବା ବେଳେ ପୁଅ କେଦାର ନାଥ ମୁଖାଗ୍ନି ଦେଇଥିଲେ । ଆଦିତ୍ୟ ଙ୍କ ମୃତ୍ୟୁ ଦଳ ପାଇଁ ଅପୁରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ ଦୁଃଖର ସହ ପ୍ରକାର କରିଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ଓ ତମାମ ମନ୍ତ୍ରୀ ଗଣ ଆଦିତ୍ୟ ଙ୍କ ମୃତ୍ୟୁ କୁ ନେ ଶୋକ ପ୍ରକାଶ କରିଛନ୍ତି l
ବାଦ ବିବାଦ ରୁ ଭିନ୍ନ ରହିବା ସହ ନିର୍ବାଚନ ପ୍ରତିଦ୍ୱନ୍ଦୀ ଙ୍କୁ ସବୁବେଳେ ନିଜ ବନ୍ଧୁ ବୋଲି ଭାବୁଥିବ ମଣିଷ ଟି ଆଜି ଚାଲିଯାଇଥିବା ବେଳେ ତାଙ୍କ ଶେଷ ସମୟରେ ଦଳ ଗତ ନିର୍ବିଶେଷରେ ସମସ୍ତେ ଆଦିତ୍ୟ ଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି l