ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକରେ ୨୦୨୪-୨୫ ଖରିପ ଋତୁର ସରକାରୀ ଧାନ କ୍ରୟ କେନ୍ଦ୍ର ଵା ଧାନମଣ୍ଡି କୁଲାଗଡ଼ ସେବା ସମବାୟ ସମିତି ଠାରେ ଶେରଗଡ଼ ବ୍ଲକ ଅଧକ୍ଷ କୃଷ୍ଣଚନ୍ଦ୍ର ନାୟକ ଦ୍ୱାରା ଉଦଘାଟିତ ହୋଇ ଯାଇଛି l ବ୍ଲକ ଯୋଗାଣ ଅଧିକାରୀ ବିଭୁ ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଘାଟନ ଉତ୍ସବରେ ଶେରଗଡ଼ ବିଡ଼ିଓ ଶିବାଶିଷ ବରାଳ,ବ୍ଲକ ବିଧାୟକ ପ୍ରତିନିଧି ଦିଗାମ୍ବର ନାହାକ, ସମବାୟବିତ ପ୍ରମୋଦ ପାତ୍ର,କୁଲାଗଡ ସରପଞ୍ଚ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ଚଳିତ ବର୍ଷ ଶେରଗଡ଼ ବ୍ଲକରେ ୧୫ ଗୋଟି ସେବା ସମବାୟ ସମିତି ଓ ୪ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହିପରି ମୋଟ ୧୯ ଗୋଟି ସରକାରୀ ଧାନ କ୍ରୟ କେନ୍ଦ୍ର ମାଧ୍ୟମରେ ଏକ ଲକ୍ଷ ବୟାନବେ କୁଇଣ୍ଟାଲ ଧାନ ସଂଗ୍ରହ କରାଯିବ ପାଇଁ ଲକ୍ଷ୍ୟଧାର୍ଯ୍ୟ ରହିଛି l ଅଦିନିଆ ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲା ତଥା ଶେରଗଡ଼ ବ୍ଲକରେ ବ୍ୟାପକ ଧାନ ଫସଲ ନଷ୍ଟ ହେବା ସହିତ ବିଲରେ ପଡି ଗଜା ମଧ୍ୟ ହୋଇଯାଇଛି l ଡିସେମ୍ବର ୨୩ ରୁ ଧାନ ସଂଗ୍ରହ ଆରମ୍ଭ ହେବାପାଇଁ ନିଷ୍ପତି ହୋଇଥିଲା କିନ୍ତୁ ସମବାୟ କର୍ମଚାରୀ ମାନେ ସେମାନଙ୍କ ବିଭିନ୍ନ ଦାବି ପାଇଁ ସହଯୋଗ ନକରିବାରୁ ମଧ୍ୟ ବିଳମ୍ବ ଘଟିଛି l ଏହି ଧାନମଣ୍ଡି କ୍ରୟ କେନ୍ଦ୍ର ଉଦଘାଟନ ଉତ୍ସବରେ ଶେରଗଡ଼ ବ୍ଲକର ବିଭିନ୍ନ ସେବା ସମବାୟ ସମିତି ସମ୍ପାଦକ ସତ୍ୟ ନାରାୟଣ ରେଡି, କାମେଶ୍ୱର ଗୌଡ଼,କୃଷ୍ଣ ନାୟକ,ପ୍ରଫୁଲ୍ଲ ମଳିକ, ହିମାଂଶୁ ପାଣିଗ୍ରାହୀ, ସୁଧାଂଶୁ ପାଣିଗ୍ରାହୀ, ହୀନ ପ୍ରଧାନ, କବିଚନ୍ଦ୍ର ପ୍ରାଧନ,ନବଘନ ପ୍ରଧାନ, ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ l