ଓଡ଼ିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ ରଘୁବର ଦାସ

0
Oplus_131072

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ରାତି ପାହିଲେ ଆସିବ ଜନାଦେଶ । ଫଳାଫଳ ଆସିବା ପୂର୍ବରୁ ଓଡିଶା ବିଧାନସଭାକୁ ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭା ଭଙ୍ଗ ନେଇ ଆଜି ରାଜ୍ୟ କ୍ୟାବିନେଟ ମଧ୍ୟ ସୁପାରିଶ କରିଥିଲା ।ସୂଚନା ଥାଉକି, ଆସନ୍ତାକାଲି (ମଙ୍ଗଳବାର) ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଆଜି ରାଜ୍ୟ ସରକାରଙ୍କ ଅନ୍ତିମ କ୍ୟାବିନେଟ ବୈଠକ ବସିଥିଲା ।

ପୂର୍ବାହ୍ନ ସାଢ଼େ ୧୧ଟାରୁ ଏହି ବୈଠକ ଲୋକସଭା ଭବନରେ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ସଭାପତିତ୍ବ କରିଥିଲେ । ଏହା ଥିଲା ବିଜେଡି ସରକାରର ପଞ୍ଚମ ପାଳିର ଶେଷ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ବିଭାଗୀୟ ମନ୍ତ୍ରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ମନ୍ତ୍ରୀମଣ୍ଡଳ ଭଙ୍ଗ ପାଇଁ ଏହି ବୈଠକରେ ସଙ୍କଳ୍ପ ପାରିତ ହୋଇଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିସି ଜରିଆରେ ବୈଠକରେ ଯୋଡି ହୋଇଥିବା ବେଳେ ଅନ୍ୟ ବିଭାଗୀୟ ମନ୍ତ୍ରୀମାନେ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ବୈଠକରେ ସାମିଲ ହୋଇଥିଲେ । ଏହି କ୍ୟାବିନେଟ ବୈଠକରେ ମନ୍ତ୍ରିମଣ୍ଡଳ ଭଙ୍ଗ କରିବା ନେଇ ନିଷ୍ପତ୍ତି ହୋଇଥିଲା । ଭୋଟ ଗଣତି ପରେ ସଂଖ୍ୟା ଗରି‌ଷ୍ଠତା ହାସଲ କରିଥିବା ଦଳ ସରକାର ଗଢ଼ିବା ନେଇ ରାଜ୍ୟପାଳଙ୍କ ନିକଟରେ ଦାବି ରଖିବାର ସାମ୍ବିଧାନିକ ପରମ୍ପରା ରହିଛି ।

LEAVE A REPLY

Please enter your comment!
Please enter your name here