ମହିଳା ସ୍ନାତକ ମହାବିଦ୍ୟାଳୟ ଜାତୀୟ ମହା ବୃକ୍ଷରୋପଣ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ସଂଗଠନ ତରଫରୁ ଜାତୀୟ ମହା ବୃକ୍ଷରୋପଣ ସପ୍ତାହ ପାଳନ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ଯକ୍ଷା ଡ. ରୀନା ସାହୁ ଓ ମହାବିଦ୍ୟାଳୟର ଏନ୍.ଏସ୍.ଏସ୍ (ଜାତୀୟ ସେବା ଯୋଜନା) କାର୍ଯ୍ୟକ୍ରମ ଅଧୂକାରୀ ମଧୁସ୍ମିତା ପ୍ରଧାନ ଏବଂ ଏନ୍.ଏସ୍.ଏସ୍ ଛାତ୍ରୀ ବୃନ୍ଦଙ୍କ ଉପସ୍ଥିତିରେ ପାରଳାଖେମୁଣ୍ଡି ସ୍ଥିତ ବଡ ରାଧାକାନ୍ତି ମଠ ପରିସର ତଥା ହାତୀବାଡି ଗୋପିନାପୁର ମୌଜା, ଫରେଷ୍ଟଗେଟ୍ ନିକଟସୁ ନିର୍ମାଣଧୀନ ନୂତନ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ମଧ୍ୟରେ ଶତାଧୂକ ବୃକ୍ଷ ରୋପଣ କରାଯାଇଛି । ଏହି ବୃକ୍ଷଗୁଡିକ ମଧ୍ୟରେ ଛାୟାଯୁକ୍ତ ଔଷଧୀୟ ବୃକ୍ଷ, ଦେବକାର୍ଯ୍ୟରେ ଲାଗି ହେଉଥ‌ିବା ବୃକ୍ଷ ତଥା ବିଭିନ୍ନ ଫଳଜାତୀୟ ବୃକ୍ଷ ରୋପଣ କରାଯାଇଛି। ଏଥି ପୂର୍ବରୁ ଏନ୍.ଏସ୍.ଏସ୍ ତରଫରୁ ଗୁମ୍ଫା ବ୍ଲକ ଏବଂ ଗୋଷାଣୀ ବ୍ଲକ୍ର ରାଜରାସ୍ତା ପ୍ରାନ୍ତରରେ ବୃକ୍ଷରୋପଣ ମଧ୍ଯ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସହରବାସିନ୍ଦା ତଥା ବୁଦ୍ଧିଜୀବୀଗଣ ଉଚ୍ଚ ପ୍ରଶଂସା କରି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଛନ୍ତି ।

ଏହି କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ଛାତ୍ରୀମାନଙ୍କୁ ଉଦ‌ବୋଧନ ଦେବା ନିମନ୍ତେ ଏକ ବୈଠକର ଆୟୋଜନ କରାଯାଇଥିଲା। ବୈଠକରେ ଜାତୀୟ ସେବା ଯୋଜନାର ଜିଲ୍ଲା ସଂଗଠକ ସନ୍ୟାସୀ ବେହେରା ତାଙ୍କ ଅଭିଭାଷଣରେ ଏନ୍.ଏସ୍.ଏସ୍.ର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିବା ବେଳେ ମୁଖ୍ୟ ଅତିଥ୍‌ ଭାବେ ଚାନ୍ଦୀପୁଟ୍ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଏହି କାର୍ଯ୍ୟକ୍ରମର ସଫଳତା ଉପରେ ଆଲୋକପାତ କରିଥିଲେ। ଏବଂ ବୃକ୍ଷରୋପଣର ତାତ୍ପର୍ଯ୍ୟ ଉପରେ ଛାତ୍ରୀମାନଙ୍କୁ ଉଦ‌ବୋଧନ ଦେଇ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଶେଷ ଭାବରେ ରାଜେଶ ପାତ୍ର, ଏଲ୍. ଅଶୋକ ଓ କେ ଦୁର୍ଯ୍ୟୋଧନଙ୍କ ତତ୍ତ୍ବାବଧାନରେ ପରିଚାଳିତ ହୋଇଛି। କାର୍ଯ୍ୟକ୍ରମକୁ ସଫଳୀକୃତ କରିବା ପାଇଁ ଅନୁଷ୍ଠାନର ସମସ୍ତ ଶିକ୍ଷକ ତ‌ଥା ଅଣ-ଶିକ୍ଷକ କର୍ମଚାରୀ ଓ ଛାତ୍ରୀବୃନ୍ଦ ପ୍ରୋତ୍ସାହନା କରି ସଫଳତା କରିବାରେ ସାହାଯ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here