ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଂଜାମ ଜିଲ୍ଲା ଭଂଜନଗର ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଠାରେ “ଗ୍ରାଣ୍ଡ୍ ପେରେଣ୍ଟସ୍” ଡେ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କାମାନୁ ଙ୍କ ପୈାରହିତ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମରେ, ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଗ୍ରାଣ୍ଡ ପେରେଣ୍ଟସ୍ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଡ଼ାଃ. ନାରାୟଣ କାଣ୍ଡି ଯୋଗଦେଇ, ଗ୍ରାଣ୍ଡ ପେରେଣ୍ଟସ୍ ତଥା ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ଶାରୀରିକ, ମାନସିକ, ଆଧ୍ୟାତ୍ମିକ ଏବଂ ନୈତିକ ସ୍ତରରେ କିଭଳି ସୁସ୍ଥ ରହିବା ଆବଶ୍ୟକ, ସେ ସଂକ୍ରାନ୍ତରେ ପରାମର୍ଶ ଦେଇଥିଲେ ।
ଏହାସହ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉପସ୍ଥିତ ଥିବା ବୟୋଜ୍ୟେଷ୍ଠ ଅଭିଭାବକଙ୍କ ମଧ୍ୟରେ ଖେଳ ଏବଂ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ବିଜୟୀ ଅଭିଭାବକଙ୍କୁ ବିଦ୍ୟାଳୟ ପକ୍ଷରୁ, ପୁରସ୍କୃତ ଏବଂ ସମ୍ମାନୀତ କରାଯାଇଥିଲା ।