ଧରା ଦେଉନି ମହାବଳ; ଯନ୍ତା ଓ ମଇଁଷି ଧରି ଜଗିଛନ୍ତି ସ୍ଵତନ୍ତ୍ର ସ୍କାଡ୍ ; ଜଙ୍ଗଲକୁ ଚାରିପଟୁ ନାକାବନ୍ଦୀ 

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଚାରିଦିନ ହେବ ଉତ୍ତର ଘୁମୁସର ବନଖଣ୍ଡ ଅଧିନସ୍ଥ ଗାଙ୍ଗପୁର ବନାଞ୍ଚଳର ମାଳତୀ ପାହାଡରେ ବୁଲୁଛି ମହାରାଷ୍ଟ୍ର ଅଞ୍ଚଳରୁ ଚାଲି ଆସିଥିବା ଏକ ମହାବଳ ବାଘ I ବାଘକୁ ଧରିବା ପାଇଁ ଶିମିଳିପାଳରୁ ଆସିଥିବା ସ୍ଵତନ୍ତ୍ର ବାଘ ଧରାଳି ସ୍କ୍ୱାଡ୍ ଙ୍କ ସମେତ ଗାଙ୍ଗପୁର, ଭଞ୍ଜନଗର, ସୋରଡ଼ା ଏବଂ ମୁଜାଗଡ଼ ବନାଞ୍ଚଳର ଅଧିକାରୀ ଏବଂ କର୍ମଚାରୀମାନେ ବାଘକୁ ଧରିବା ପାଇଁ ଚାରିଦିନ ହେବ ମାଆଳତି ଜଙ୍ଗଲ ରେ ଜଗି ରହିଥିଲେ ମଧ୍ୟ ବାଘ ଧରା ନଦେବାରୁ ବନ ବିଭାଗ ନାକେଦମ୍ ହୋଇସାରିଲେଣି I ବାଘ ଧରିବାକୁ ଶିମିଳିପାଳରୁ ବାଘ ଧରାଳି ଟିମ୍ ମାଳତୀକୁଆସି ପ୍ରଥମ ଦିନ କୁକୁଡ଼ା ଏବଂ ଦ୍ୱିତୀୟ ଦିନ ବାଘର ଅଧାଖିଆ ବନ୍ୟ ଗୟଳକୁ ରଖି ବାଘକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବାଘ ବନ ବିଭାଗକୁ ଧରା ଦେଉନି l ଏକ ମଇଁଷି କିଣି ବାଘକୁ ଧରିବା ପାଇଁ ଜଙ୍ଗଲରେ ବାନ୍ଧି ରଖିବା ସହ ଯନ୍ତା ଧରି ବାଘର ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି I ଜଙ୍ଗଲର ବିଭିନ୍ନ ଅନୁସନ୍ଧାନରୁ ବାଘ ମାଳତୀ ଜଙ୍ଗଲରେ ହିଁ ବୁଲୁଥିବା ବନ ବିଭାଗ ନିଶ୍ଚିତ ହେବାପରେ ଜଙ୍ଗଲରୁ ବାଘ ଯେପରି ବାହାରକୁ ଚାଲି ନଯାଏ ସେଥିପ୍ରତି ବନବିଭାଗ ଜାଗ୍ରତ ରହିବା ସହ ଜଙ୍ଗଲକୁ ଚାରିପଟୁ ଆମ୍ବୁସ୍ କରି ରଖାଯାଇଛି I ବାଘକୁ ଧରିବା ପାଇଁ ଜଙ୍ଗଲ ବିଭାଗର ଆଖିରୁ ଏକ ପ୍ରକାର ନିଦ ହଜି ଯାଇଛି I ବାଘକୁ ଧରିବା ସମସ୍ତ ପ୍ରକାର ଯୋଜନା କରାଯାଇଛି।

ସୂଚନା ପ୍ରକାରେ ବାଘଟି ମହାରାଷ୍ଟ୍ର ପଟୁ ଆସି ଚାରିଦିନ ହେବ ଗାଙ୍ଗପୁର ପଂଚାୟତର ବାଲିପାଟ ଗ୍ରାମର କିଛି ଗାଈଗୋରୁଙ୍କୁ ଗୋଡାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ସ୍ଥାନୀୟ ବନ ବିଭାଗ ଶିମିଳିପାଳରେ ବାଘ ଧରାଳି ଟିମ୍ ମାଳତୀକୁ ଆସି ବାଘକୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ I ବନବିଭାଗ ସ୍ଥାନୀୟ ଲୋକଙ୍କୁ ଗୃହପାଳିତ ପଶୁଙ୍କୁ ଜଙ୍ଗଲକୁ ନଛାଡିବା ପାଇଁ ସତର୍କ ସୂଚନା ଦେଇଛନ୍ତି I ବାଘର ଖବର ପ୍ରଚାରିତ ହେବା ପରେ ଗାଙ୍ଗପୁର ପଂଚାୟତ, ଝାଡବନ୍ଧ ପଂଚାୟତର ବିଭିନ୍ନ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି I

LEAVE A REPLY

Please enter your comment!
Please enter your name here