ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):-:ଗଞ୍ଜାମ ଜିଲ୍ଲା ଭଂଜନଗର ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ, ଗଂଜାମ ଜିଲ୍ଲାପାଳଙ୍କ ଦ୍ୱାରା, ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫୮ ଟି ଅଭିଯୋଗ ର ଶୁଣାଣି କରାଯାଇଥିବା ବେଳେ, ୮ ଟି ଅଭିଯୋଗର ତ୍ୱରିତ ସମାଧାନ କରାଯାଇଥିଲା । ସେଥି ମଧ୍ୟରୁ ୫ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ୨୪ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହାସହ କେତେକ ମେଡିକାଲରେ ରହିଥିବା ଡାକ୍ତର ଅଭାବ ଜନିତ ସମସ୍ୟାର ସମାଧାନ, କିଛି ସ୍ଥାନରେ ଚାଷ ଜମିରେ ରହିଥିବା ଜଳସେଚନ ଜନିତ ସମସ୍ୟା ଏବଂ ଭଂଜନଗର- ଆସିକା ରାସ୍ତାର ସମସ୍ୟା ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଥିବା ନେଇ, ନିଜ ପ୍ରତିକ୍ରିୟାରେ କହିଥିଲେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଗଂଜାମ ଏସପି – ଜଗମୋହନ ମୀନା ଓ ଭଂଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ପ୍ରମୁଖ ସାମିଲ ହୋଇଥିଲେ ।