୫୬ ତମ ମ୍ୟାଚ୍‌ରେ ବିଜୟ ସହିତ ପ୍ରଥମ ସ୍ଥାନ ହାସଲ କଲା ଗୁଜୁରାଟ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :-:ଆଇପିଏଲ ୨୦୨୫ ର ୫୬ ତମ ମ୍ୟାଚ୍‌ରେ ବାଜି ମାରିଲା ଗୁଜୁରାଟ । ମୁମ୍ବାଇ ଇଣ୍ଡିଆନ୍ସକୁ ଘରୋଇ ମାଟି ୱାଙ୍ଖେଡେ ଷ୍ଟାଡିୟମରେ ହରାଇଛି ଗୁଜରାଟ ଟାଇଟାନ୍ସ । ପ୍ରଥମେ ବ୍ୟାଟିଂ କରି ୧୫୫ ରନ୍‌ କରିଥିଲା ମୁମ୍ବାଇ । ୧୫୬ ରନ୍‌ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଗୁଜରାଟ ପ୍ଲେୟର୍ସ । ୧୮ ଓଭର ବେଳକୁ ଗୁଜୁରାଟ ୬ ୱିକେଟ ହରାଇ ୧୩୨ ରନ କରିଥିବା ବେଳେ ବର୍ଷା ପାଇଁ ଖେଳ କିଛି ସମୟ ସ୍ଥଗିତ ରହିଥିଲା । ୧୯ ତମ ଓଭରରେ ଗୁଜୁରାଟକୁ ୧୪୭ ରନର ଟାର୍ଗେଟ ଦିଆଯାଇଥିଲା । ୧ ଓଭରେ ୧୫ ରନ ଲକ୍ଷ୍ୟ ରଖି ଖେଳିଥବା ଗୁଜୁରାଟ ୩ ୱିକେଟ ଥାଇ ମ୍ୟାଚ୍‌କୁ ଜିତି ନେଇଛି । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଗୁଜୁରାଟ । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇର ଆରମ୍ଭରୁ ଖରାପ ପ୍ରଦର୍ଶନ ଥିଲା ପ୍ରଥମ ଓଭରରେ ହିଁ ରିଆନ ରିକେଲଟନ ୨ଟି ବଲ ଖେଳି ମାତ୍ର ୨ ରନ କରି ଆଉଟ ହୋଇଥିଲେ । ସେପଟେ ୧୫୬ ରନ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଗୁଜୁରାଟ । ଟାର୍ଗେଟର ପିଛା କରି, ଗୁଜରାଟ ଟାଇଟାନ୍ସ ବିଜୟ ଆଡ଼କୁ ଅଗ୍ରସର ହେଉଥିଲା, କିନ୍ତୁ ହଠାତ୍ ବର୍ଷା ଆରମ୍ଭ ହୋଇଥିଲା । ପରେ ମ୍ୟାଚ୍ ପୁନରାରମ୍ଭ ହେବା ପରେ, ମୁମ୍ବାଇ ଇଣ୍ଡିଆନ୍ସ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲା ​​ଏବଂ ଲଗାତାର ଗୁଜରାଟ ଟାଇଟାନ୍ସର ୫ ୱିକେଟ୍ ନେଇଥିଲା । କିନ୍ତୁ ପୁଣିଥରେ ବର୍ଷା ହେବା ଫଳରେ ମ୍ୟାଚ କିଛି ସମୟ ସ୍ଥଗିତ ରହିଥିଲା । ପୁଣିଥରେ ମ୍ୟାଚ୍ ଆରମ୍ଭ ହେବା ପରେ ଗୁଜରାଟକୁ ଗୋଟିଏ ଓଭରରେ ୧୫ ରନ୍‌ ଆବଶ୍ୟକ ଥିଲା । ଏପରି ପରିସ୍ଥିତିରେ, ଗୁଜରାଟ ଟାଇଟାନ୍ସ ହାର ନ ମାନି ୧ ଓଭରରେ ୧୫ ରନ କରି ୩ ୱିକେଟ ଥାଇ ବିଜୟୀ ହୋଇଛି ।

LEAVE A REPLY

Please enter your comment!
Please enter your name here