ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସରକାର ଉପାନ୍ତ ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି।ମୁଖ୍ୟତଃ ଶିକ୍ଷାର ବିକାଶ ପାଇଁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ଗୁମ୍ମା ପ୍ରାଥମିକ ବିଦ୍ୟାଳୟ ବହୁ ପୁରାତନ ବିଦ୍ୟାଳୟ ଏହି ବିଦ୍ୟାଳୟ ୧୮୭୮ ମସିହାରେ ପ୍ରତିଷ୍ଠା ହୋଇଥିଲା।ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୪୮ ପିଲାଏ ପାଠ ପଢନ୍ତି।ଏହି ବିଦ୍ୟାଳୟର ରକ୍ଷଣାବେକ୍ଷଣ ଦାୟିତ୍ୱ ଗୁମ୍ମା ପଞ୍ଚାୟତ ଅଧିନସ୍ତ ଥିବା ବେଳେ ବର୍ତ୍ତମାନ ମୁଖ୍ୟ ରାସ୍ତା କଡର ବିଦ୍ୟାଳୟରେ ପାଚେରୀ ଓ ଗେଟ ନଥିବା ଅଭିଭାବକ ମହଲରେ ଚିନ୍ତାର ବିଷୟ ପାଲଟିଛି।ଉକ୍ତ ବିଦ୍ୟାଳୟଟି ପାରଳାଖେମୁଣ୍ଡି ଠାରୁ ସେରଙ୍ଗ ମୁଖ୍ୟ ରାସ୍ତା କଡରେ ଥିବା ବେଳେ ଏହି ରାସ୍ତା ଦେଇ ପ୍ରତି ଦିନ ଶହ ଶହ ଗାଡ଼ି ମଟର ଯିବା ଆସିବା କରୁଥିବା ବେଳେ ଉକ୍ତ ସ୍ଥାନରେ ଛୋଟ ବଡ଼ ଦୁର୍ଘଟଣା ଘଟିଥିବା ବେଳେ ପିଲାଙ୍କ କ୍ଷେତ୍ରରେ ବଡ଼ ଦୁର୍ଘଟଣା ଘଟିଯିବ ତାହା କହି ହେବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି।ତେବେ ବିଦ୍ୟାଳୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୨୧-୨୨ ବର୍ଷ ଉକ୍ତ ବିଦ୍ୟାଳୟର ପାଚେରୀ ନିର୍ମାଣ କାର୍ଯ୍ୟ ପାଇଁ ଏକଲକ୍ଷ ପଚାଶ ହଜାର ଟଙ୍କା ଆସିଥିବା ବେଳେ ଜମି ବିବାଦ ଯୋଗୁଁ ପାଚେରୀ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ ଉର୍ବଶୀ ପାଣି କହିଛନ୍ତି।ଏନେଇ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀ ଓ ଅଭିଭାବକ ମାନେ ଦାବି କରିଛନ୍ତି।