ଗଞ୍ଜାମ, ବଡ଼ଗଡ଼ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଅନ୍ତର୍ଗତ ଧରାକୋଟ ବ୍ଲକ ର ବାହାରପୁର ପଂଚାୟତ ଅଧିନସ୍ଥ ଖାରିପଲ୍ଲୀ ଗ୍ରାମରେ ଗୁଣି ଗାରେଡି କୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ହଣା ହାଣି ହୋଇ 0୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ , 0୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ସୂଚନା ହସ୍ତଗତ ହୋଇଛି l ତିନି ଗୁରୁତର ଅରୁଣ ବେହେରା ୩୦ ବର୍ଷ, ଭିକାରୀ ବେହେରା ୧୮ ବର୍ଷ, ଜଗା ବେହେରା ୧୮ ବର୍ଷ ଗୁରୁତରଙ୍କୁ ଧରାକୋଟ ମେଡିକାଲ ରେ ଭର୍ତ୍ତି କରାଯିବା ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।ପ୍ରକାଶ ଥାଉକି ଗତ ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ ଖାରିପଲ୍ଲୀ ଗ୍ରାମରେ ଗୁଣି ଗାରେଡିକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ଛକା ପଞ୍ଝା ଲାଗିରହିଥିଲା l ଆଜି ସନ୍ଧ୍ୟା ସମୟରେ ପୋଖରୀ ରୁ ସ୍ନାନ କରି ଘରକୁ ଉଭୟ ଗୋଷ୍ଠୀର ଲୋକେ ଫେରୁଥିବା ସମୟରେ ଉଭୟ ମଧ୍ୟରେ ତୁ ତୁ ମେ ମେ ହୋଇଥିଲା l ଏହି ଅଳ୍ପ ପାଟି ତୁଣ୍ଡ ରୁ କଥା ବିରାଟ ରୂପ ଧାରଣ କରି ହଣାହାଣୀ ପର୍ଯ୍ୟନ୍ତ ପହଁଚିଥିଲା l ଗୋଟିଏ ଗୋଷ୍ଠି ର ଖଣ୍ଡା ଦ୍ଵାରା ଆକ୍ରମଣ ରେ ଗୋଟିଏ ପରିବାରର ବାପା ଖଦା ଳ ବେହେରା ବର୍ଷ ଓ ପୁଅ ରତ୍ନାକର ବେହେରା ଘଟ ଣା ସ୍ଥଳରେ ଗାଁ ଦାଣ୍ଡ ରେ ମରି ପଡ଼ିଥିବା ବେଳେ ଅନ୍ୟ ଗୋଷ୍ଠି ର ୦୪ ଗୁରୁତର ଅବସ୍ଥାରେ ଧରାକୋଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ସେଥି ମଧ୍ୟରୁ ରମେଶ ବେହେରା ୪୫ ବର୍ଷ ଧରାକୋଟ ମେଡିକାଲ ରେ ମୃତ୍ୟୁ ବରଣ କରିଛନ୍ତି । ଘଟଣା ସ୍ଥଳରେ ଆସିକା ଉପଖଣ୍ଡ ଅରକ୍ଷୀ ଅଧିକାରୀ ସନ୍ତୋଷ କୁମାର ଜେନା ଓ ବଡ଼ଗଡ଼ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା ,ଶେରଗଡ଼ ଥାନା ଅଧିକାରୀ ବିରେନ୍ଦ୍ର ଶିଅଳ ଓ ଧରାକୋଟ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ ପୋଲିସ ଫୋର୍ସ ସହ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ପ୍ରକାଶ ଯୋଗ୍ୟ ଗାଁରେ ଗୁଣି ଗାରେଡ଼ି ବିଦ୍ୟା ଓ ଖଟ ବିଦ୍ୟା ପୋଲିସ ତରଫରୁ ହସ୍ତକ୍ଷେପ କରି ବନ୍ଦ କରିବା ପରେ ଉତ୍ତେଜନା ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିଲା । ପୋଲିସ ଏଥିରେ ହସ୍ତକ୍ଷେପ କରି ଖଦାଳ ବେହେରା ଓ ବନବାସ ବେହେରା ର ପରିବାରକୁ ପ୍ରାୟ ଏକ ମାସ ସୁରକ୍ଷା ଦେଇଥିଲେ । ଧିରେ ଧିରେ ପରିସ୍ଥିତି ସୁଧୁରିବା ପରେ ଗାଁରୁ ପୋଲିସ ପ୍ରତ୍ୟାହାର ହୋଇଥିଲା । ସବୁସତ୍ୱେ ଗାଁ ରେ ଦୁଇ ପରିବାର ଗୋଟିଏ ଗୋଷ୍ଠୀ ହୋଇ ଚଳି ଆସୁଥିବା ବେଳେ ଅନ୍ୟ ପଟରେ ସମଗ୍ର ଗାଁ ର ସମସ୍ତ ପରିବାର ରହିଥିଲେ । ଅନ୍ୟ ପକ୍ଷରେ ଗତ ଦୁଇ ମାସ ପୂର୍ବେ ଖାରିପଲି ଗାଁ ରେ ଦୁଇଟି ବାଇକ ଓ ଟି ତିନୋଟ ସାଇକେଲ କେହି ଦୁର୍ବୃତ୍ତ ମାନେ ପୋଡ଼ି ଦେଇଥିଲେ। ଯାହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୀର୍ଘ ଦିନ ର କୁହୁଳୁଥିବା ଦୁଇ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ଆଜି ତୀବ୍ର ରୂପ ଧାରଣ କରିଥିଲା । ଯାହାର ଫଳ ସ୍ୱରୂପ ଖାରିପଲି ଗାଁ ରେ ଏହି ଅଭାବନୀୟ ଘଟଣା ଘଟିଛି।