ଗୁଣିଗାରେଡି ସନ୍ଦେହକୁ ନେଇ ଗଳା କାଟି ହତ୍ୟା

0

ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ତଣ୍ଡାପାଲ୍ଲୀ ଗ୍ରାମରେ ଗୁଣିଗାରେଡିକୁ ନେଇ ଜଣେ ବ୍ୟକ୍ତିଙ୍କୁ ଗଳା କାଟି ହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ତଣ୍ଡାପାଲ୍ଲୀ ଗ୍ରାମର ଲକ୍ଷ୍ମା କବାସୀ (୫୫) । ସୂଚନା ଅନୁଯାୟୀ, ତଣ୍ଡାପାଲ୍ଲୀ ଗ୍ରାମର ଲକ୍ଷ୍ମା ଗୁଣିଗାରେଡି କରୁଥିବା ସନ୍ଦେହ କରି କିଛି ଦୁର୍ବୃତ୍ତ ତାଙ୍କର ବେକକୁ ଧାରୁଆ ଅସ୍ତ୍ରରେ କାଟିଦେଇଥିଲେ । ମୃତ ଦେହକୁ ନେଇ ମାଲକାନଗିରି ଜିଲ୍ଲା ସାବେରୀ ନଦୀରେ ଫୋଫାଡି ଦେଇଥିଲେ । ଗତକାଲି ରାତିରେ ଲକ୍ଷ୍ମା ଘରକୁ ଫେରିନଥିବା ବେଳେ ପରିବାର ଲୋକେ ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ । ଆଜି ସାବେରୀ ନଦୀରେ ଗୋଟିଏ ଶବ ଭାସୁଥିବା ଦେଖି ମାଲକାନଗିରି ଆଦର୍ଶ ଥାନାକୁ ଖବର ଦେଇଥିଲେ । ମାଲକାନଗିରି ଏସଡିପିଓ ସଚିନ ପଟେଲ, ଥାନା ଅଧିକାରୀ ରିଗାନ କିଣ୍ଡୋ, ଏସଆଇ ପ୍ରଭାତ ଗୌଡ ଓ ପୁଲିସ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ । ପାଣିରୁ ଲକ୍ଷ୍ମାଙ୍କ ମୃତ ଦେହକୁ ଜବତ କରିଥିବା ବେଳେ ଶବକୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛନ୍ତି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ଓ ସାଇଣ୍ଟିଫିକ୍ ଟିମ ଆସିବ ବୋଲି ଜଣାପଡିଛି । ପରିବାରବର୍ଗଙ୍କ ଅଭିଯୋଗକ୍ରମେ ପୁଲିସ ଥାନାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ରିଗାନ କିଣ୍ଡୋ କହିଛନ୍ତି।

ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ତଣ୍ଡାପାଲ୍ଲୀ ଗ୍ରାମରେ ଗୁଣିଗାରେଡିକୁ ନେଇ ଜଣେ ବ୍ୟକ୍ତିଙ୍କୁ ଗଳା କାଟି ହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ତଣ୍ଡାପାଲ୍ଲୀ ଗ୍ରାମର ଲକ୍ଷ୍ମା କବାସୀ (୫୫) । ସୂଚନା ଅନୁଯାୟୀ, ତଣ୍ଡାପାଲ୍ଲୀ ଗ୍ରାମର ଲକ୍ଷ୍ମା ଗୁଣିଗାରେଡି କରୁଥିବା ସନ୍ଦେହ କରି କିଛି ଦୁର୍ବୃତ୍ତ ତାଙ୍କର ବେକକୁ ଧାରୁଆ ଅସ୍ତ୍ରରେ କାଟିଦେଇଥିଲେ । ମୃତ ଦେହକୁ ନେଇ ମାଲକାନଗିରି ଜିଲ୍ଲା ସାବେରୀ ନଦୀରେ ଫୋଫାଡି ଦେଇଥିଲେ । ଗତକାଲି ରାତିରେ ଲକ୍ଷ୍ମା ଘରକୁ ଫେରିନଥିବା ବେଳେ ପରିବାର ଲୋକେ ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ । ଆଜି ସାବେରୀ ନଦୀରେ ଗୋଟିଏ ଶବ ଭାସୁଥିବା ଦେଖି ମାଲକାନଗିରି ଆଦର୍ଶ ଥାନାକୁ ଖବର ଦେଇଥିଲେ । ମାଲକାନଗିରି ଏସଡିପିଓ ସଚିନ ପଟେଲ, ଥାନା ଅଧିକାରୀ ରିଗାନ କିଣ୍ଡୋ, ଏସଆଇ ପ୍ରଭାତ ଗୌଡ ଓ ପୁଲିସ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ । ପାଣିରୁ ଲକ୍ଷ୍ମାଙ୍କ ମୃତ ଦେହକୁ ଜବତ କରିଥିବା ବେଳେ ଶବକୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛନ୍ତି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ଓ ସାଇଣ୍ଟିଫିକ୍ ଟିମ ଆସିବ ବୋଲି ଜଣାପଡିଛି । ପରିବାରବର୍ଗଙ୍କ ଅଭିଯୋଗକ୍ରମେ ପୁଲିସ ଥାନାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ରିଗାନ କିଣ୍ଡୋ କହିଛନ୍ତି।

LEAVE A REPLY

Please enter your comment!
Please enter your name here