ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ଗଞ୍ଜାମ ଆଇନ ମହାବିଦ୍ୟାଳୟ ରେ ଗୁରୁବାର ଏଲ.ଏଲ.ବି ଏବଂ ଏଲ.ଏଲ.ଏମ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଗୁରୁ ଦିବସ ପାଳିତ ହୋଇଯାଇଛି l ସମସ୍ତ ଛାତ୍ର ଛାତ୍ରୀ ଅଧ୍ୟାପକ ଏବଂ ଅଧ୍ୟାପିକା ଙ୍କୁ ପୁଷ୍ପଗୋଛା ଏବଂ ଉପଢକନ୍ ଦେଇ ସଭା ଗୃହ କୁ ପାଛୋଟି ନେଇଥିଲେ l ସର୍ବପଲ୍ଲୀ ରାଧକ୍ରିଷ୍ଣନଙ୍କ ଫୋଟ ରେ ପୁଷ୍ପମାଲ୍ୟାର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। କଲେଜ ର ଭାରପ୍ରାପ୍ତ ଅଧ୍ୟକ୍ଷ ମନୋଜ କୁମାର ଜେନା ସାମନ୍ତ ,ନିର୍ଦ୍ଦେଶକ ଡ଼.ବିନାୟକ ପଟ୍ଟନାୟକ , ସୁଦତା ରଥ, ମନୀଷା ବିଶ୍ଵାଳ ଓ ସମସ୍ତ ଅଧ୍ୟାପକ ଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l ନିଜ ନିଜର ଭବିଷ୍ୟତ ତୁମ ହାତରେ ସମସ୍ତେ ଜଣେ ସ୍ୱଚ୍ଛ ସେବା ମନବୃତି ନେ଼ଇ କେମିତି ନ୍ୟାୟ ପାଇଁ ଲଢେଇ କରିବ ଏବଂ ଜଣେ ଭଲ ଆଇନଜୀବୀ ହୋଇପାରିବ ସେ ବିଷୟରେ ଶ୍ରୀ ପଟ୍ଟନାୟକ ଛାତ୍ର ଛାତ୍ରୀ ମାନଙ୍କୁ ଆଲୋକପାତ କରିଥିଲେ l
ଏହି ସଭାକୁ ବିନୋଦ ପରିଚାଳନା କରିଥିବା ବେଳେ ରାଣୀ, ସୁନିଲ, ଭାଗ୍ୟଶ୍ରି,ଆଶୁତୋଷ, ପ୍ରତାପ ,ଅଭିନାଶ, ମନୀଷା, ନିବେଦିତା, ପ୍ରିୟଙ୍କା, ଆଶିଷ ଏବଂ ନୀଳାଞ୍ଚଳ ଙ୍କ ସମେତ ସମସ୍ତ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ l ସଭା ଶେଷରେ ଋଷିକେଶ ବାଡତ୍ୟା ଧନ୍ୟବାଦ ଜଣାଇଥିଲେ l ଏଥିରେ ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l