କଟକ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):ବାରବାଟୀରେ କ୍ରିକେଟ କ୍ରେଜ୍ । ଅଧଘଣ୍ଟାରେ ଅଧା ଟିକେଟ ବିକ୍ରି l ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଚାଲିଛି ଟିକେଟ୍ ବିକ୍ରି । ୪ଟାରେ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ମାତ୍ର ଅଧଘଣ୍ଟା ମଧ୍ୟରେ ୨ ଓ ୪ ନମ୍ବର ଏହି ଦୁଇଟି ଗ୍ୟାଲେରିର ଟିକେଟ ବିକ୍ରି ହୋଇ ସାରିଛି । ମୋଟ୍ ୪ହଜାର ଟିକଟ୍ ଅନଲାଇନରେ ବିକ୍ରି କରିବାକୁ ଓସିଏ ସ୍ଥିର ରହିଛି । ଫେବ୍ରୁଆରି ୯ରେ ଖେଳାଯିବାକୁ ଥିବା ମ୍ୟାଚ୍ ପାଇଁ କ୍ରିକେଟପ୍ରେମୀ ଟିକେଟ୍ ବୁକ୍ କରୁଛନ୍ତି । ମୋବାଇଲ ଆପ୍ଲିକେସନ district by zomato କିମ୍ବା ଗୁଗଲ୍ ବ୍ରାଉଜରରେ zomato.in ଲଗ୍ ଇନ କରି ଟିକଟ୍ ବୁକ୍ କରିହେବ। ୫ ଓ ୬ ତାରିଖରେ କାଉଣ୍ଟର ଯାଇ ଦର୍ଶକ ଟିକେଟ କିଣି ପାରିବେ । ବାରବାଟୀ କ୍ରିକେଟ୍ ଷ୍ଟାଡିୟମରେ ଆସନ୍ତା ୯ ତାରିଖ ଦିନ ଭାରତ-ଇଂଲଣ୍ଡ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଖେଳାଯିବ ।