ଯାଇଥିଲେ ଦାଦନ ହୋଇ ଫେରିଲେ ଶବ ହୋଇ

0

ଖଡ଼ିଆଳ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପେଟ ପାଇଁ ଦାଦନ ଯାଇ ପରିବାର ପ୍ରତିପୋଷଣ ର ଆସା ବାନ୍ଧିଥିଲେ, ହେଲେ ମାତ୍ରାଧିକ କାମର ବୋଝ ଓ ମାନସିକ ନିର୍ଯ୍ୟାତନା ର ଶିକାର ହୋଇ ଶେଷ ରେ ଶବ ହୋଇଗଲେ ।ଏଭଳି ଏକ ଦୁଃଖଦ ଘଟଣା ସାମ୍ନା କୁ ଆସିଛି ଖଡ଼ିଆଳ ବ୍ଲକ ଝୋଳପଥର ଗାଁ ରୁ …

 

ଗରିବୀ ର କରାଘାତ ରେ ପେଶି ହୋଇ ଗତ ଦୁଇ ବର୍ଷ ତଳେ ବାପା ଆର ପାରି କୁ ଚାଲିଗଲେ । ଏପଟେ ତିନି ଭଉଣି ଙ୍କ ସହ ଏକ ମାତ୍ର ଭାଇ ଓ ମାକୁ ଧରି ପେଟ ର ଭୋକ ମେଣ୍ଟାଇବା ପାଇଁ ଦାଦନ ବାହାରିଲେ । ଏହି ସମସ୍ତ ଙ୍କୁ ବଲାଙ୍ଗୀର ଜିଲ୍ଲା ଖୁଟୁଲୁମୁଣ୍ଡା ଗାଁର ଦାଦନ ସର୍ଦ୍ଦାର ଆକବାର ଖାନ ଗତ ତେଲେଙ୍ଗାନା ର ନାରେଙ୍ଗ ପେଟ ଜିଲ୍ଲାର ଧାନ ବେଡ଼ାଗାଁ ର ଏକ ଇଟାଭାଟିରେ ଛାଡ଼ି ଦେଇଥିଲେ ।ସେଠାରେ ଦିନ ରାତି ଭୋକ ଉପାସ ରେ ବାର ରୁ ୧୬ ଘଣ୍ଟା ପର୍ଯ୍ୟନ୍ତ ଇଟା ଗଢିବା ସହ ସର୍ଦାର ଙ୍କ ନିର୍ଯାତନା ଯୋଗୁଁ ଅସୁସ୍ଥ ହୋଇ ପଡିଲେ କଳ୍ପନା ତାଣ୍ଡି ନାମକ ନାବାଳିକା । ପରିବାର ର ଅନ୍ୟ ସଦସ୍ୟ ମାନେ ବାରମ୍ଵାର କଳ୍ପନା ଙ୍କୁ ଚିକିତ୍ସା କରିବା ପାଇଁ ଇଟା ଭାଟି ମାଲିକ ଙ୍କୁ ଅନୁରୋଧ କରିଥିଲେ ହେଁ ନିର୍ଦୟୀ ଭାଟି ମାଲିକ କର୍ଣ୍ଣପାତ ନକରି କାମ କରାଇ ଚାଲିଥିଲା । ଶେଷ ରେ କଳ୍ପନା ଗୁରୁତ୍ତର୍ ହୋଇ ଅସୁସ୍ଥ ହୋଇ ପଡ଼ିଥିଲେ । ଶେଷ ମୁହୂର୍ତ୍ତ ରେ କଳ୍ପନା କୁ ଏକ ସରକାରୀ ଡ଼ାକ୍ତର ଖାନାରେ ଭର୍ତ୍ତି କରି ଦେଇ ନିଜ ଦାୟୀତ୍ବ ସାରି ଦେଇଥିଲା । ଚିକିତ୍ସା ର ଅଭାବ ଯୋଗୁଁ ଶେଷ ରେ କଳ୍ପନା ଆଖି ବୁଜି ଦେଇଥିଲେ । ଗରୀବ ପରିବାର ପକ୍ଷେ ତେଲେଙ୍ଗାନା ରୁ ଶବ ଆଣିବା ସମ୍ଭବ ହୋଇନଥିବା ବେଳେ ସହାୟତା ପାଇଁ ସଂପୃକ୍ତ ସର୍ଦ୍ଧାର ଆକବର ଖାନ ଓ ଇଟା ଭାଟି ମାଲିକ ଙ୍କୁ ନେହୁରା ହୋଇଥିଲେ ହେଲେ ହେଁ କିଏ ସହାୟତା କରିନଥିବା ରୁ ନିଜ ପାରିଶ୍ରମିକ ଟଙ୍କା ରେ ବହୁ ଅସୁବିଧାର ସମ୍ମୁଖିନ ହୋଇ ଶବ କୁ ଗତ ଦୁଇ ଦିନ ତଳେ ଗାଁ କୁ ଆଣିଥିବା ପରିବାର ସଦସ୍ୟ ମାନେ କହିଛନ୍ତି ।

ଖଡ଼ିଆଳ ଥାନା ଝୋଲପଥର ଗାଁର ଜଣେ ନାବାଳିକା ଦାଦନଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି l ତାଙ୍କର ମୃତ ଦେହ ଗାଆଁ କୁ ପହଞ୍ଚିଲା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ୧୭ ବର୍ଷୀୟା କଳ୍ପନା ତାଣ୍ଡି ଙ୍କ ଶବ ଗାଁ କୁ ଫେରିବା ର ତିନିଦିନ ବିତିଯାଇଥିଲେ ହେଁ କୌଣସି ପ୍ରଶାସନିକ ଅଧିକାରୀ ଉକ୍ତ ପରିବାର ପାଖରେ ପହଞ୍ଚି ପାରି ନାହାଁନ୍ତି । ସବୁଠୁ ବିଡମ୍ବନା ର ବିଷୟ ଗତ ଦେଢ଼ ବର୍ଷ ମଧ୍ୟରେ ଜିଲ୍ଲା ର ୨୫ ରୁ ୩୦ ଜଣ ଦାଦନଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଏହାର ସଠିକ ଖବର ନାଁ ଜିଲ୍ଲା ପ୍ରଶାସନ ପାଖରେ ଅଛି ନାଁ ଶ୍ରମ ବିଭାଗ ପାଖରେ । ଅପରପକ୍ଷରେ ଶ୍ରମ ବିଭାଗ ଏଥିପ୍ରତି ନିରବ ଦ୍ରଷ୍ଟା ସାଜିଥିବା ବେଳେ ଜିଲ୍ଲା ରେ ଦିନକୁ ଦିନ ଦାଦନ ସମସ୍ୟା ଜଟିଳ ହେବାର ଲାଗୁଛି । ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁଁ କେତେବେଳେ ଶ୍ରମିକଙ୍କ ହାତ ଗୋଡ ହରାଇ ନିର୍ଯ୍ୟାତିତ ହେଇ ଫେରୁଛି ତ ପୁଣି କେତେବେଳେ ଶବ ହେଇ ଫେରୁଛି । ପୁଣି କାହାର ଭାଗ୍ୟରେ ଗାଁ ମାଟି ଜୁଟି ପାରୁ ନାହିଁ। ଅନ୍ୟ କେହି ସବୁଦିନ ପାଇଁ ନିଖୋଜ ହେଇ ଯାଉଛି । ଏପରି ସ୍ଥଳେ କଳ୍ପନା ର ଶବ ତ ଫେରିଛି ସତ ହେଲେ ନାଁ ସରକାରୀ ସ୍ତରରେ ଏହାର ପଦକ୍ଷେପ ନିଆଯାଇଛି । କଳ୍ପନା ଙ୍କ ପରିବାର ଏକ ନିରୀହ ପରିବାର ହୋଇଥିବା ରୁ ଏମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହ ସଂପୃକ୍ତ ସର୍ଦ୍ଦାର ଓ ଇଟା ଭାଟି ମାଲିକ ଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ନାବାଳିକା ଦାଦନ ଶ୍ରମିକ କଳ୍ପନା ତାଣ୍ଡି ଙ୍କ ମୃତ୍ୟୁ ରେ ଜିଲ୍ଲା ପ୍ରଶାସନ ର ପଦକ୍ଷେପ ଉଭୟ ଶ୍ରମ ବିଭାଗ ଓ ପ୍ରଶାସନ ର ଅପାରଗତା କୁ ଦର୍ଶାଉଛି। ଦାଦନ ସମସ୍ୟାର ସମାଧାନ ପାଇଁ ନା ପ୍ରଶାସନ ଅଥବା ଜନ ପ୍ରତିନିଧ କେହି ମଧ୍ୟ ସଠିକ ପଦକ୍ଷେପ ନେଉନଥିବାରୁ ଦିନକୁ ଦିନ ମାନବ ଚାଲାଣ ବୃଦ୍ଧି ପାଉଛି। ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେଇ କଳ୍ପନା ଙ୍କ ପରିବାର ଭଳି ଅନେକ ପୀଡ଼ିତା ପରିବାର କୁ ନ୍ୟାୟ ପ୍ରଦାନ କରିବା ଜରୁରୀ ହୋଇ ପଡିଛି ।

LEAVE A REPLY

Please enter your comment!
Please enter your name here