ଛତ୍ରପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ନୂତନ ଡାଏଲେସିସ କେନ୍ଦ୍ର ଉଦଘାଟିତ ହୋଇଯାଇଛି l ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହlଲିଙ୍ଗ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ l 40 ଲକ୍ଷ ଟଙ୍କାରେ ନିର୍ମିତ ଏହି କେନ୍ଦ୍ରରେ କିଡନୀ ରୋଗୀ ମାଗଣାରେ ପରୀକ୍ଷା କରିପାରିବେ l ଏଥିପାଇଁ ଜଣେ ଡାକ୍ତର, ଦୁଇ ଜଣ ବୈଷୟିକ କର୍ମଚାରୀ ଓ ଦୁଇ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିୟୋଜିତ ରହିଛନ୍ତି l ଗଞ୍ଜାମ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି l ସାରା ରାଜ୍ୟରେ ସରକାରୀ ଡାକ୍ତର ଖାନାରେ ଖାଲିପଡିଥିବା ଡାକ୍ତର ଓ ନର୍ସ ପଦବୀ ଅତି ଶୀଘ୍ର ପୁରାଣ ହେବ l ଛତ୍ରପୁର ଡାକ୍ତରଖାନାରେ ଡାଏଲେସିସ ସେବା ଆରମ୍ଭ ଫଳରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସମେତ ଖଲ୍ଲିକୋଟ ବ୍ଲକ ଓ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ଜନସାଧାରଣ ଉପକୃତ ହୋଇପାରିବେ l ସେମାନଙ୍କୁ ଆଉ ଦୁରଦୂରlନ୍ତକୁ ଯିବାକୁ ପଡିବନି ବୋଲି ମନ୍ତ୍ରୀ କହିଛନ୍ତି l ରବିବାରକୁ ବାଦ ଦେଇ ସପ୍ତାହରେ ଆଉ 6 ଦିନ ଏହି ସେବା ଯୋଗାଇଦିଆଯିବ l ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ସଂlସଦ ଡ଼ଃ ପ୍ରଦୀପ ପାଣିଗ୍ରାହୀ , ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା,ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ବିଜୟ କୁମାର ପଣ୍ଡା, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି.ପାପା ରାଓ, ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଏସ.ଶାରଦା ରେଡି, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡା ପ୍ରଫୁଲ ଚନ୍ଦ୍ର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ l