ଏସସିବି ମେଡିକାଲ ଗସ୍ତ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ଏସସିବି ମେଡିକାଲ ଗସ୍ତ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମେଡିକାଲରେ ସମସ୍ତ ବିଭାଗ ଭ୍ରମଣ କରିବା ସହ ଏସସବି ଅଧିକ୍ଷକ ଓ ବରିଷ୍ଠ ଡାକ୍ତର ମାନଙ୍କ ସହ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ମନ୍ତ୍ରୀଙ୍କ ମତରେ ରାଜ୍ୟରେ ନୂଆ ସରକାର ଗଠନ ହେବାପରେ ସ୍ୱାସ୍ଥ୍ୟ ସେବାରେ ଆସିବ ଉନ୍ନତି ।
ଗୋଟିଏ ପଟେ ଡାକ୍ତର ଙ୍କୁ ସୁରକ୍ଷା, ଅନ୍ୟପଟେ ଉନ୍ନତମାନର ରୋଗୀ ସେବା ଯୋଗାଇବା ପାଇଁ କତ୍ତୃପକ୍ଷ ଙ୍କୁ ନିର୍ଦ୍ଧେଶ ଦିଆଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ରୋଗୀ ଓ ଡାକ୍ତର ମାନଙ୍କ ମଧ୍ୟରେ ଯେପରି ଭଲ ସମ୍ପର୍କ ରହିବ ତାହା ଉପରେ ବେଶି ଗୁରୁତ୍ବ ଦିଆଯାଉଛି । ଯେପରି ଡାକ୍ତର ରୋଗୀ ଙ୍କ ପ୍ରତି ଭଲ ବ୍ୟବହାର କରିବେ ସେନେଇ ଅଧିକ ଯତ୍ନବାନ ହେବା ନେଇ ବିଭିନ୍ନ ଵର୍ଗ ର ଡ଼ାକ୍ଟର ମାନଙ୍କୁ ନିର୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଆଗମୀ ଦିନରେ ଯେପରି ଚିକିତ୍ସା ବ୍ୟବସ୍ଥା ଉପରେ ସୁଧାର ଆସିବ ସେନେଇ ଏକ ସ୍ଵତନ୍ତ୍ର ରୋଡ଼ମ୍ୟାପ ପ୍ରସ୍ତୁତ କରାଯିବ ।
ଏସସିବି ରେ ଡାକ୍ତର ଅଭାବ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଉଛି ତାହା ଉପରେ ନଜର ଦିଆଯିବ ବୋଲି କହିଛନ୍ତି ସେ । ଏହାବ୍ୟତୀତ ଏସସିବି ସମ୍ପ୍ରସାରଣ ପ୍ରୋଜେକ୍ଟ ଉପରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ସ୍ଥିତି ଅନୁଧ୍ୟାନ କରାଯାଉଛି । ଏହାସହ କୋରାପୁଟ, ରାୟଗଡା ଓ କଳାହାଣ୍ଡି ରେ ଡିପଥେରିଆ ଆୟତ୍ତ ରହିଛି ଓ ସମ୍ବଲପୁର ରେ ଜଣ୍ଡିସ ବ୍ୟାପିବା ଉପରେ ଜିଲାପାଳ ଙ୍କ ସହ ଆଲୋଚନା ହୋଇଛି ଓ ସେଠାରେ ସ୍ଥିତି ମଧ୍ୟ ଆୟତ୍ତ ରହିଥିବା କହିଛନ୍ତି ସ୍ୱାସ୍ତ୍ୟମନ୍ତ୍ରୀ ।