ଆୟୁଷ୍ମାନ ଭାରତ କୁ ନେଇ ଘରୋଇ ହସ୍ପିଟାଲମାନଙ୍କୁ କଡ଼ା ତାଗିଦ କଲେ ସ୍ୱାସ୍ଥ୍ୟମନ୍ତ୍ରୀ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ ହେବା ପରେ ପ୍ରଥମ ଥର ଲାଗି ଘରୋଇ ହସ୍ପିଟାଲମାନଙ୍କୁ କଡ଼ା ତାଗିଦ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ରୋଗୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ସେ କହିଛନ୍ତି। ଆୟୁଷ୍ମାନରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆୟୁଷ୍ମାନ ଚିକିତ୍ସାରେ କୌଣସି ଅବହେଳାକୁ ବରଦାସ୍ତ କରାଯିବନି।ସ୍ୱାସ୍ଥ୍ୟସେବାରେ ବଡ଼ ଭୂମିକା ଗ୍ରହଣ କରିବ ଆୟୁଷ୍ମାନ କାର୍ଡ। ଆୟୁଷ୍ମାନ ଯୋଜନା ଦ୍ୱାରା ଅନେକ ଗରିବ ଓ ମଧ୍ୟବିତ୍ତ ଲୋକ ଉପକୃତ ହେଲେ। ତେବେ ଏହି ସେବାରୁ ଯେପରି କୌଣସି ବି ହିତାଧିକାରୀ ଯେପରି ବାଦ ନପଡ଼ନ୍ତି, ଯେପରି କୌଣସି ଅବହେଳା ନ ହୁଏ ସେଥିପ୍ରତି ଧ୍ୟାନଦେବାକୁ କୁହାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆହୁରି ମଧ୍ୟ କହିଛନ୍ତି କି, ଆୟୁଷ୍ମାନ ପ୍ୟାକେଜ୍ ବଢାଇବାକୁ ଯୋଜନା ଚାଲିଛି। ଆଗାମୀ ଦିନରେ ଯେପରି ଲୋକଙ୍କୁ ଅଧିକ ସୁବିଧା ମିଳିପାରିବ, ସେ ଦିଗରେ ଗୁରୁତ୍ୱ ଦିଆଯାଉଛି।

LEAVE A REPLY

Please enter your comment!
Please enter your name here