ମୋହନା ( ବିପ୍ଲବୀ ପରିକ୍ରମା ଡିଜିଟାଲ):- ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସିଛନ୍ତି ସ୍ୱାସ୍ଥ୍ୟ ସଚିବ ତଥା ଗଜପତି ଜିଲ୍ଲା ନୋଡାଲ ଅଧିକାରୀ ଆଶ୍ବଥୀ ଏସ l ଆଜି ସକାଳ ୧୦ ଟାରେ କମଳାପୁର ଛକରେ ସ୍ୱାସ୍ଥ୍ୟ ସଚିବ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ଜିଲ୍ଲା ପ୍ରଶାସନ ଓ ମୋହନା ବ୍ଲକ ପ୍ରଶାସନ l ଏହାପରେ ଲୁହାଗୁଡ଼ି ରେ ବିଭିନ୍ନ ଉନୟନ କାର୍ଯ୍ୟ ପରିଦର୍ଶନ କରିଥିଲେ l ଲୁହାଗୁଡ଼ି ରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ବୁଲି ଦେଖିବା ପରେ ମୋହନା ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିଥିଲେ l ସେଠାରେ ବିଭିନ୍ନ ମହିଳା ସ୍ୱୟଂ ସହାୟତା ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଅନୁଧ୍ୟାନ କରିଥିଲେ l ଏହାପରେ ମୋହନା ଏସଏସଡି ହାଇସ୍କୁଲ ପରିଦର୍ଶନ କରିଥିଲେ l ହାଇସ୍କୁଲ ରେ ଶ୍ରେଣୀ ଗୃହ ବୁଲି ଦେଖିବା ସହ ଉନୟନ କାର୍ଯ୍ୟର ଅନୁଧ୍ୟାନ କରିଥିଲେ l ହଷ୍ଟେଲ ପରିଦର୍ଶନ କରି ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ l ବିଦ୍ୟାଳୟ ରେ ପାନୀୟ ଜଳ ସମସ୍ୟା ରହୁଥିବା ନେଇ ସ୍ଥାନୀୟ ଜନ ପ୍ରତିନିଧି ଓ ବିଦ୍ୟାଳୟ କର୍ତୃପକ୍ଷ ଜଣାଇଥିଲେ l
ତେବେ ମୋହନା ମେଡିକାଲ ରେ ବିଭିନ୍ନ ଅବ୍ୟବସ୍ଥା ଥିବା ନେଇ ସ୍ଥାନୀୟ ଜନ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ସଚିବ ଙ୍କୁ ଅବଗତ କରାଇଥିଲେ ମଧ୍ୟ ସଚିବ ମୋହନା ମେଡିକାଲ କୁ ଯାଇନଥିଲେ l ନିଜେ ସ୍ୱାସ୍ଥ୍ୟ ସଚିବ ଥିବା ସତ୍ୱେ ନିଜ ବିଭାଗର ସମସ୍ୟା ବୁଝିବାକୁ ନଯିବା ପଛରେ କି ଉଦେଶ୍ୟ ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି l ଏନେଇ ଗଣମାଧ୍ୟମ ପ୍ରତିନିଧି ସଚିବ ଙ୍କୁ ପଚାରିବାରେ ପରବର୍ତୀ ସମୟରେ ଦେଖିବା କହି ଚାଲିଯାଇଥିଲେ l ଏହାପରେ ଚନ୍ଦ୍ରଗିରି ମେଡିକାଲ ପରିଦର୍ଶନ କରିଥିଲେ l ତାଙ୍କର ଏହି ଗସ୍ତ ସମୟରେ ଗଜପତି ଉପ ଜିଲାପାଳ ଅନୁପ ପଣ୍ଡା, ସିଡ଼ିଏମଓ ମୁବାରକ ଅଲି, ମୋହନା ବିଡ଼ିଓ ରାଜୀବ ଦାସ ଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ l