ବିପ୍ଲବୀ ପରିକ୍ରମା ଡିଜିଟାଲ :- ସଡକ ଦୁର୍ଘଟଣାରେ ଜଣେ ମାଟ୍ରିକ ପରୀକ୍ଷାର୍ଥୀ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଛାତ୍ର ଆହତ ହୋଇଛନ୍ତି । ପଦ୍ମଗିରି ଉଚ୍ଚ ବିଦ୍ଯାଳୟର ଦଶମ ଶ୍ରେଣୀ ଛାତ୍ର ବିକ୍ରମ ସର୍ଦାର ଓ ତାଙ୍କ ଭାଇ ନିଜ ଗାଁ ଏମ.ଭି. ୧୦୧ ରୁ ଏକ ବାଇକ ଯୋଗେ ପାଣ୍ଡ୍ରିପାଣି ପରିକ୍ଷା କେନ୍ଦ୍ରକୁ ଯାଉଥିଲେ । ହେଲେ ଚନ୍ଦନଗୁଡା ନିକଟରେ ଏକ ପିକଅପ୍ ଭ୍ଯାନ ବିପରୀତ ଦିଗରୁ ଆସୁଥିବା ବେଳେ ବାଇକ୍ ସହ ସାମନା ସାମନି ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ବିକ୍ରମ ପ୍ରାଣ ହରାଇଥିବା ବେଳେ ତାଙ୍କ ସାନ ଭାଇକୁ ଆହତ ଅବସ୍ଥାରେ ପାଣ୍ଡ୍ରିପାଣି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପରିକ୍ଷା କେନ୍ଦ୍ରକୁ ଯିବା ଲାଗି ବିଦ୍ୟାଳୟ ତରଫରୁ ବସ ବ୍ୟବସ୍ଥା ରହିଥିବା ବେଳେ ଏହି ଛାତ୍ର ଦୁଇ ଜଣ ପ୍ରତିଦିନ ବାଇକ୍ ରେ ପରିକ୍ଷା ଦେବାକୁ ଯାଉଥିଲେ ।