ବିପ୍ଲବୀ ପରିକ୍ରମା ଡିଜିଟାଲ :- ପୁଣି ଫେରିଲା ତାତି । ମୌସୁମୀ ବର୍ଷାର ଅନ୍ତରାଳେ ପୁଣି ନାଲି ଆଖି ଦେଖାଇଛି ଖରା । ପ୍ରବଳ ତାତି ଓ ଅସହ୍ୟ ଗରମ ଭିତରେ ଅଣନିଶ୍ବାସୀ ରାଜ୍ୟ ବାସୀ । ଦିନରେ ତ ଗରମ ରାତି ହେଲେ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ସେପଟେ ତାତି ନେଇ ଆଗାମୀ ୪ ଦିନ ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଦିନରେ ମୁଣ୍ଡଫଟା ଖରା ହେବାକୁ ଥିବା ବେଳେ ରାତିରେ ଅସହ୍ୟ ଗୁଳିଗୁଳି ହେବା ନେଇ ଅନୁମାନ କରାଯାଇଛି ।