ବିପ୍ଲବୀ ପରିକ୍ରମା ଡିଜିଟାଲ :- କିଛି ଦିନର ଆଶ୍ବସ୍ତି ପରେ ପୁଣି ଫେରିଲା ତାତି । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ମପ୍ରବାହ କରୁଛି କଲବଲ । ଆଗାମୀ ତିନି ଦିନ ପର୍ଯ୍ୟନ୍ତ ହିଟୱେଭ ସର୍ତକତା ଜାରି ହୋଇଛି । ବିଶେଷକରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ନିଆଁ ବର୍ଷା ହେବ । ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ। ବିଶେଷ କରି ଆଜି ତାପମାତ୍ରା କିଛି କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ୪୩ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ଆଜି ପାଇଁ ସମ୍ବଲପୁର ଏବଂ ବୌଦ୍ଧ ଜିଲ୍ଲାରେ ହିଟ୍ୱେଭ୍ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୯ ତାରିଖରେ ୬ ଜିଲ୍ଲା ଏବଂ ୩୦ ତାରିଖରେ ୮ ଜିଲ୍ଲାକୁ ହିଟୱେଭ୍ ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ମୁଖ୍ୟତଃ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରଭାବ ଅଧିକ ରହିବ । ଅଶୁଂଘାତର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।