ହଟିଛି ହିଟୱେଭ ସତର୍କତା : ମାର୍ଚ୍ଚ ୨୩ ଯାଏଁ ପ୍ରବଳ ବର୍ଷା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଓଡ଼ିଶାରୁ ହଟିଲା ହିଟୱେଭ ସତର୍କତା । ବଦଳିଲା ପାଗର ମିଜାଜ । ରାଜ୍ୟରେ କାଳବୈଶାଖୀ ବର୍ଷା । ବିଜୁଳି ଘଡ଼ଘଡ଼ି ସାଙ୍ଗକୁ କୁଆପଥର ବର୍ଷା ସହ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ରହବି । ଏଥିପାଇଁ କିଛି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୨୩ ତାରିଖ ଯାଏଁ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜିଠୁ ବଢ଼ିବ ବର୍ଷା । ବିଜୁଳି ଘଡଘଡ଼ି ସହ କୁଆପଥର ବର୍ଷା ହେବ । ବର୍ଷା ସାଙ୍ଗକୁ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ । ଯାହାକୁ ନେଇ ଭଦ୍ରକ, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ସମ୍ବଲପୁର, ଦେବଗଡ଼, ବୌଦ୍ଧ, ଅନୁଗୋଳ ଓ ଯାଜପୁର ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୨୧ ତାରିଖରେ ବର୍ଷାର ପରିମାଣ ଆହୁରି ବଢ଼ିବ । ପବନର ଘଣ୍ଟାପ୍ରତି ବେଗ ୫୦-୬୦ ରହିବା ସହ କୁଆପଥର ବର୍ଷା ହେବ । ଏଥିପାଇଁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ତେବେ ୨୩ ତାରିଖରୁ ବର୍ଷାର ପରିମାଣ କମିବା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here