ଆଜିଠୁ ପ୍ରବଳ ଖରା : ସବୁ ଜିଲ୍ଲାରେ ବୃଦ୍ଧି ପାଇବ ତାପମାତ୍ରା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ହଠାତ୍ ଉଭାନ ହୋଇଯାଇଛି ଶୀତ । ରାତିରେ ହାଲକା ଥଣ୍ଡା ପରିବେଶ ରହୁଥିଲେ ବି ସୂର୍ଯ୍ୟୋଦୟ ପରେ କିନ୍ତୁ ଦିନରେ ଟାଇଁ ଟାଇଁ ଖରା । ଜାନୁଆରୀ ନ ସରୁଣୁ ଏବେଠୁ ଦରକାର ପଡିଲାଣି ଫ୍ୟାନ୍ । ଯେଉଁଠି ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବି ଲାଗିରହେ ଶୀତ, ଏ ବର୍ଷ କିନ୍ତୁ ଏବେଠାରୁ ଗରମ ଅନୁଭୂତ ହେଲାଣି । ସପ୍ତାହେ ଯାଏ ଗରମ ସହ ଟାଇଁ ଟାଇଁ ଖରାରୁ ନିସ୍ତାର ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜିଠାରୁ ସମସ୍ତ ଜିଲ୍ଲାରେ ତାପମାତ୍ରା ବଢିବା ସହ ଗରମ ଅନୁଭବ ହେବ । ଏବେ ରାଜ୍ୟରେ ସ୍ବାଭାବିକ ଠାରୁ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଆଗାମୀ ୪ରୁ ୫ ଦିନ ଯାଏଁ ଦିନ ଏବଂ ରାତି ତାପମାତ୍ରା ଅଧିକ ରହିବ lସେପଟେ ତାପମାତ୍ରା ବୃଦ୍ଧି ସହ ଆସନ୍ତା ୪୮ ଘଣ୍ଟା ଯାଏ ଅସ୍ତବ୍ୟସ୍ତ କରିବ ଘନ କୁହୁଡି । ଆସନ୍ତା ୨୪ ଘଣ୍ଟାରେ ୨୪ ଜିଲ୍ଲାରେ ଘନ କୁହୁଡ଼ି ହେବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here