(ବିପ୍ଳବୀ ପରିକ୍ରମ ବ୍ୟୁରୋ);ବିଷ ବଳୟରେ ରାଜଧାନୀ ଦିଲ୍ଲୀ।ବାୟୁ ପ୍ରଦୂଷଣର ଜଟିଳ ପରିସ୍ଥିତି । ପ୍ରଦ୍ୟୁଷଣ ପାଇଁ ସ୍କୁଲ ଛୁଟି କାମ ବନ୍ଦ। ଭାରତ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦ୍ୟୁଷଣର ଜଟିଳ ପରିସ୍ଥିତି । ଦିନକୁ ଦିନ ଖରାପ ହେଉଛି ବାୟୁର ମାନ। ଗତ ୬ ଦିନ ଧରି ଦିଲ୍ଲୀରେ ବାୟୁ ଅତି ନିମ୍ନମାନର ରହିଛି। ଦିଲ୍ଲୀରେ ଅଧିକାଂଶ ସ୍ଥାନରେ ବାୟୁର ମାନ 500 ପାର କରିଛି। ଯାହା ସ୍ୱାସ୍ଥ୍ୟପ୍ରତି ଅତ୍ୟନ୍ତ କ୍ଷତିକାରଣ ବୋଲି କୁହାଯାଉଛି । ଦିଲ୍ଲୀର ସମସ୍ତ ସ୍ଥାନରେ ଧୂଆଁ ଓ ଘନ କୁହୁଡି ଭଳି ଆସ୍ତରଣ ରହିଛି। ଭିଜିବିଲିଟି କମିଥିବା ସହ ଶ୍ୱାସକ୍ରିୟାରେ ମଧ୍ୟ କଷ୍ଟ ହେଉଛି। ତେବେ ଏହି ବାୟୁ ପ୍ରଦ୍ୟୁଷଣକୁ ଆଖି ଆଗରେ ରଖି ଅନେକ କଟକଣା ଜାରି କରିଛନ୍ତି ଦିଲ୍ଲୀ ସରକାର ।ସମସ୍ତ ସରକାରୀ ଓ ଘରୋଇ ପ୍ରାଥମିକ ସ୍କୁଲକୁ ଦୁଇ ଦିନ ପାଇଁ ବନ୍ଦ ରଖାଯାଇଛି। ଅନ୍ଲାଇନରେ ପାଠପଢ଼ା ଲାଗି ବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଛି । ଅତ୍ୟାବଶ୍ୟକ ନିର୍ମାଣ ଓ ଭଙ୍ଗାରୁଜା କାର୍ଯ୍ୟକୁ ବନ୍ଦ ରଖିବା ପାଇଁ ନିର୍ଦେଶ ।ସହର ଭିତରକୁ ବାଣିଜ୍ୟିକ ଯାନ ଏବଂ ଡିଜେଲ ଟ୍ରକ ପ୍ରବେଶ ଉପରେ କଟକଣା ଲଗାଯାଇଛି ।ଶିଶୁ ଓ ବୟସ୍କମାନଙ୍କୁ ବାହାରକୁ ନ ଯିବା ପାଇଁ କଟକଣା ଲଗାଯାଇଛି ।ଚାଷ ଜମି ଓ ନଡାରେ ନିଆଁ ନ ଲଗାଇବା ପାଇଁ ଅନୁରୋଧ କରାଯାଇଛି ।ତେ ବେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ ସାମଗ୍ରିକ ବାୟୁ ଗୁଣବତ୍ତା ସୂଚକାଙ୍କ 346 ରହିଛି । ଏହାସହ ଦିଲ୍ଲୀର ଲୋଧି ରୋଡ୍, ଜାହାଙ୍ଗୀରପୁରୀ, ଆର.କେ ପୁରମ, ଏବଂ ଆଇଜି ବିମାନବନ୍ଦର ଅଞ୍ଚଳରେ ବାୟୁ ଗୁଣବତ୍ତା ଗୁରୁତର ରହିଛି । ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ ଲୋଧି ରୋଡ୍ ଅଞ୍ଚଳରେ ପାଣି ସ୍ପ୍ରେ କରି ବାୟୁ ଗୁଣବତ୍ତାକୁ ଉନ୍ନତ କରିବାକୁ ଚେଷ୍ଟା କରୁଛି। କେବଳ ଦିଲ୍ଲୀ ନୁହେଁ ଏହାର ପ୍ରଭାବ ଉତ୍ତରପ୍ରଦେଶର ନୋଏଡା ଠାରେ ସେକ୍ଟର 62, ସେକ୍ଟର 1 ଏବଂ ସେକ୍ଟର 116 ରେ AQI ‘ଗୁରୁତର’ ବର୍ଗରେ ପହଞ୍ଚିଛି। ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, “କେବଳ ଦିଲ୍ଲୀ ନୁହେଁ, ଉତ୍ତର ଭାରତରେ ପରିସ୍ଥିତି ସମାନ। ସମସ୍ତ ସରକାର ଏକାଠି କାମ କରିବା ଆବଶ୍ୟକ।” ଯାନବାହାନ ଯୋଗୁଁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ମେଟ୍ରୋ ଏବଂ ବସ୍ ସମେତ ସରକାରି ପରିବହନ ବ୍ୟବହାର କରିବାକୁ ମୁଁ ଦିଲ୍ଲୀବାସୀଙ୍କୁ ଅନୁରୋଧ କରୁଛି। ତେବେ ଦିଲ୍ଲୀରେ ପାଗ ଖରାପ ଥିବାରୁ ଆହୁରି 15 ଦିନ ପର୍ଯ୍ୟନ୍ତ ଏହିଭଳି ପରିସ୍ଥତି ରହିବ ବୋଲି ଆକଳନ କରାଯାଉଛି ।