୨୬ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା, ବଜ୍ରପାତ ପାଇଁ ୱାର୍ଣ୍ଣଂ ଜାରି

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଓଡ଼ିଶାରେ ମୌସୁମୀ ବାୟୁ ସକ୍ରିୟ ରହିଛି । ଯାହାର ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ଜାରି ରହିଛି । ଦକ୍ଷିଣ ବିହାର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ସମୁଦ୍ର ପତ୍ତନଠାରୁ ଯାହାର ଉଚ୍ଚତା ୭.୬ କିମି ଉଚ୍ଚରେ ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଧିରେ ଧିରେ ଉତ୍ତର-ପଶ୍ଚିମ ଦିଗ ଆଡକୁ ଗତି କରିବ । ପ୍ରଭାବରେ ବର୍ଷା ଲାଗି ରହିବ । ଆଗାମୀ ୨୪ ଘଣ୍ଟା ପାଇଁ ୨୦ ଜିଲ୍ଲାକୁ ବର୍ଷା ସହ ବଜ୍ରପାତ ପାଇଁ ସତର୍କତା ଜାରି କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୪ ଦିନ ପରେ ସାରା ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

 

ଆଜି ( ୨୧ତାରିଖ) ପାଇଁ ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡରେ ମଧ୍ୟ ବିଜୁଳି ଘଡଘଡି ଓ ଝଟକା ପବନ ୩୦ ରୁ ୪୦ କିମି ଘଣ୍ଟା ପ୍ରତି ବହିବ । ଏହାସହ ମଧ୍ୟମ ଧରଣର ବର୍ଷା ହେବ । ସେହିପରି ୨୨ ତାରିଖ ପାଇଁ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଝାରୁସୁଗୁଡା ଓ ବରଗଡ଼ରେ ମଧ୍ୟ ବଜ୍ରପାତ ଓ ବିଜୁଳି ଗଡଘଡ ସହ ଝଟକା ପବନ ଓ ବର୍ଷା ମଧ୍ୟ ଜାରି ରହିବ । ଏସବୁ ଜିଲ୍ଲାକୁ ୟେଲେ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟ ଜିଲ୍ଲା ପାଇଁ କୌଣସି ଓ୍ବାର୍ଣ୍ଣିଂ ନଥିବା ବେଳେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ବର୍ଷିବ । ସେହିପରି ୨୩ ତାରିଖ ପାଇଁ ମଧ୍ୟ ୟେଲୋ ଓ୍ବାର୍ଣ୍ଣିଂ ବିଶେଷ କରି ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରୁସୁଗୁଡା, ବରଗଡ଼ ଜିଲ୍ଲାରେ ବଜ୍ରପାତ ସହ ଘଡଘଡି ଓ ବିଜୁଳି ସହ ପବନ ୩୦ ରୁ ୪୦ କିମି ଘଣ୍ଟା ପ୍ରତି ବହିବାର ସହ ବର୍ଷା ମଧ୍ୟ ଜାରି ରହିବ । ସେପଟେ ୨୪ ତାରିଖରୁ ବର୍ଷାର ପରିମାଣ ବଢ଼ିବ । ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାକୁ ମଧ୍ୟ ବଜ୍ରପାତ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି । ୨୫ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଓ ୨୬ ତାରିଖରେ ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ଅନ୍ୟ ସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here